ପୁଣି ମନ୍ତ୍ରୀ ହେଲେ ଅରୁଣ
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍): ସର୍ବସାଧାରଣ ଯାହା ଆକଳନ କରିଥିଲା ଶେଷରେ ତାହା ସତ୍ୟରେ ପରିଣତ ହୋଇଛି । ପଞ୍ଚମଥର ପାଇଁ ବହୁମତ ପାଇ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେବାପରେ ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଯେଉଁଥିରେ ବିରୋଧିଙ୍କ ସମସ୍ତଙ୍କ ଆକଳନକୁ ପଣ୍ଡକରି ୪ର୍ଥ ଥର ପାଇଁ ନୟାଗଡ ଜିଲ୍ଲା ସଦର ମହକୁମାକୁ ବିଧାୟକ ହୋଇଥିବା ଡ.ଅରୁଣ କୁମାର ସାହୁ କ୍ୟାବିନେଟ୍ ମନ୍ତ୍ରୀଭାବେ ସ୍ଥାନ ପାଇଛନ୍ତି । ତାଙ୍କୁ ଗୁରୁତ୍ୱପୂର୍ଣ୍ଣ କୃଷି , ମତ୍ସ୍ୟ ଓ ପଶୁପାଳନ, ଉଚ୍ଚ ଶିକ୍ଷା ବିଭାଗ ଦାୟିତ୍ୱ ମିଳିଛି । ଅରୁଣ ପୁଣି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବେ ବୋଲି ଗତ୨୬ତାରିଖରେ ସର୍ବସାଧାରଣରେ ଆକଳନ କରାଯାଇ ସମ୍ବାଦ ପ୍ରକାଶ ପାଇଥିଲା । ଯେଉଁଥିରେ କି ସେ କାହିଁକି ମନ୍ତ୍ରୀ ହେବେ ଓ ମନ୍ତ୍ରୀ ହେଲେ ଜିଲ୍ଲାରେ ଦଳର କି ଲାଭ ହେବ ସେଥିନେଇ ବସ୍ତୃତ ତଥ୍ୟ ପ୍ରକାଶ ପାଇଥିଲା । ଅରୁଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ଦେଇଥିବାରୁ ଜିଲ୍ଲା ବିଜେଡିରେ ଆନନ୍ଦର ଲହରୀ ଖେଳିଯାଇଛି । ସବୁଆଡୁ ଏବେ ଶୁଭେଚ୍ଛା ଓ ଅଭିନନ୍ଦରେ ସୁଅ ଛୁଟିଛି । ଇତ୍ୟବସରରେ ସର୍ବସାଧାରଣ ମଧ୍ୟ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରୁଛନ୍ତି ।