ପୁଣି ମାନବିକତା ଦେଖାଇଲେ ଛତ୍ରପୁର ଥାନା ଅଧିକାରୀ

ଛତ୍ରପୁର, (ଦେବଦତ୍ତ ମହାରଣା) : ଅସହାୟ ବୃଦ୍ଧାଙ୍କୁ ସହାୟତାର ହାତ ବଢାଇ ପୁଣି ମାନବିକତାର ପରିଚୟ ଦେଇଛନ୍ତି ଛତ୍ରପୁର ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ । ଛତ୍ରପୁର ବ୍ଲକ ଅନ୍ତର୍ଗତ କଣମଣା ପଂଚାୟତର ଟାକିରିଆ ବ୍ରହ୍ମପୁର ଗ୍ରାମର ଜଣେ ଅସହାୟ ବୃଦ୍ଧା କୌଣସି କାରଣ ନେଇ ଅସୁସ୍ଥ ହୋଇ ରାସ୍ତା ପାଶ୍ୱର୍ରେ ପଡିଥିବା ବେଳେ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଘଟଣାର ଖବର ପାଇ ଛତ୍ରପୁର ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସଙ୍ଗେ ସଙ୍ଗେ ଛତ୍ରପୁର ମେଡିକାଲରେ ପହଂଚି ତାଙ୍କୁ ସହାୟତାର ହାତ ବଢାଇଛନ୍ତି । ବୃଦ୍ଧାଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ଉପସ୍ଥିତ ମେଡିକାଲ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରିଥିଲୋ ତାଙ୍କ ଯତ୍ନ ନେବା ପାଇଁ କେହି ନଥିବାରୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଭ୍ରାଂଶୁ କୁମାର ମହାରଣାଙ୍କ ସହ ଆଲୋଚନା କରି ବୃଦ୍ଧା ଜଣଙ୍କୁ ପୁରୁଷୋତ୍ତମପୁର ନିକଟ ଭୁତସରସିଙ୍ଗ ଠାରେ ଥିବା ଜରାଶ୍ରମକୁ ପଠାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ କଣମଣା ସରପଂଚ ଏସ୍‌. ଚକ୍ରପାଣି ରେଡ୍ଡି, ଛତ୍ରପୁର ରକ୍ତ ଦାତା ସେବକ ସଂଘର ମୁଖ୍ୟ ସଂଯୋଜକ ତଥା ଯୁବ ସମାଜସେବୀ ଏମ୍‌. ମାଧବ (କାୟା), ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରାଜେନ୍ଦ୍ର ମଲ୍ଲିକଙ୍କ ସମେତ ବହୁ ସାମ୍ବାଦିକ ସହଯୋଗ କରିଥିଲେ । ଥାନାଧିକାରୀ ଶ୍ରୀ ପ୍‌ରଧାନ ନୂତନ ଭାବେ ଥାନାରେ ଯୋଗ ଦେବା ପରେ ଥାନାଅଧିକାରୀଙ୍କ ଏଭଳି ମହତ୍ କାର୍ଯ୍ୟକୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ