ପୁଣି ମାସ୍କ ପାଇଁ କଡାକଡି ଯାଞ୍ଚ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) :ଦୀର୍ଘ ମାସ ପରେ ପୁଣି ଏବେ ପ୍ରଶାସନ ପକ୍ଷରୁ ମାସ୍କ ପାଇଁ କଡାକଡି ଯାଞ୍ଚ ଆରମ୍ଭ ହୋଇଛି । ଏବେ ଦିନକୁ ଦିନ କରୋନା ପୁଣି କାୟା ବିସ୍ତାର କରୁଥିବା ବେଳେ ସଂକ୍ରମଣ ବୃଦ୍ଧି ପାଉଥିବା ଜଣାପଡିଛି । ତେଣୁ ସରକାରଙ୍କ ନିର୍ଦେଶକ୍ରମେ ଭଣ୍ଡାରିପୋଖରୀ ପୁଲିସ ଓ ତହସିଲ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ମାସ୍କ ପାଇଁ ଯାଞ୍ଚ ଆରମ୍ଭ ହୋଇଛି । ଗତ ତିନି ଦିନ ହେବ ଭଣ୍ଡାରିପୋଖରୀ ବଜାର ସମେତ ମଞ୍ଜୁରୀରୋଡ଼, ମାଳଦା, ଛତାବର, ଆଖୁଆପଦା, ବାଲିପୋଖରୀ ସହିତ ଜାତୀୟ ରାଜପଥ ଉପରେ ମାସ୍କ ଯାଞ୍ଚ କଡାକଡି ହୋଇଛି । ଏଥିରେ ମାସ୍କ ପିନ୍ଧିନଥିବା କିଛି ବ୍ୟବସାୟ ପ୍ରତିଷ୍ଠାନ ମାଲିକ ଓ ଅମାନିଆ ପଥଚାରୀ ଏବଂ ବାଇକ ଆରୋହୀଙ୍କ ଠାରୁ ଜୋରିମାନା ଆଦାୟ ହୋଇଛି ।


