ପୁଣି ଯୋଦ୍ଧାଙ୍କ ମୃତ୍ୟୁ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ଗଂଜାମ ଜିଲ୍ଲାରେ ଆଉଜଣେ କରୋନା ଯୋଦ୍ଧାଙ୍କ ମୃତ୍ୟୁ । ସେ ହେଉଛନ୍ତି ବ୍ରହ୍ମପୁର ବଡବଜାର ଥାନାରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଜିତେନ୍ଦ୍ର ପ୍ରଧାନ । ସେ କିଛି ଦିନ ହେଲା ଅସୁସ୍ଥ ହୋଇ ପୁଣି ଆଜି କାର୍ଯ୍ୟରେ ଯୋଗ ଦେଇଥିଲେ । ହେଲେ ସ୍ୱାସ୍ଥ୍ୟ ଖରାପ ଲାଗିବାରୁ ସେ ସନ୍ଧ୍ୟାରେ ଘରକୁ ଯାଇଥିଲେ । ଶ୍ବାସକ୍ରିୟାରେ ଅସୁବିଧା ହେବାରୁ ତାଙ୍କୁ ମେଡିକଲ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର ସ୍ୱାବ ଟେଷ୍ଟ ରେ ପୋଜିଟଭ ଆସିଛି । ଜିତେନ୍ଦ୍ର 2006 ବେଚର କନଷ୍ଟେବଳ ତାଙ୍କ ନମ୍ବର 789 । ଦିନ ରାତି ଜନ ସାଧାରଙ୍କ ସେବାରେ ନିଜକୁ ଉର୍ତ୍ସର୍ଗକୃତ କରି ଶେଷରେ ନିଜ ଜୀବନ କୁ କରୋନା ହାତରେ ଟେକି ଦେଇଛନ୍ତି । ଏହି ଘଟଣା ସାରା ଜିଲ୍ଲାରେ ଶୋକର ଛାୟା ଖେଳେଇ ଦେଇଛି ।ଏହା ଵ୍ରହ୍ମପୁର ପୋଲିସ ପାଇଁ ଏକ ଦୁଖଃଦାୟକ ଘଟଣା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ