ପୁଣି ରାଷ୍ଟ୍ରପତି ହେବାକୁ ଟ୍ରମ୍ପ୍‌ଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ:  ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ଲଗାତାର ଦ୍ବିତୀୟ ବାର ରାଷ୍ଟ୍ରପତି ହେବାରୁ ବଞ୍ଚିତ ହୋଇଥିଲେ ମଧ୍ୟ ୨୦୨୪ ନିର୍ବାଚନରେ ବିଜୟ ହାସଲ କରିବା ପାଇଁ ଏବେଠାରୁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ଜାନୁଆରିରୁ ସେ ଏ ସଂକ୍ରାନ୍ତ ଅଭିଯାନ ଆରମ୍ଭ କରିବେ ବୋଲି ସଙ୍କେତ ଦେଇଛନ୍ତି। ଟ୍ରମ୍ପ୍‌ ତାଙ୍କର ବିଶ୍ବସ୍ତ ପରାମର୍ଶଦାତା ଏବଂ ଦଳୀୟ ସହଯୋଗୀଙ୍କ ସହ ଏ ବାବଦରେ ଆଲୋଚନା କରିଛନ୍ତି ଏବଂ ରଣନୀତି ମଧ୍ୟ ପ୍ରସ୍ତୁତ ହୋଇଛି। ପରାଜୟକୁ ଆଜି ପର୍ଯ୍ୟନ୍ତ ଗ୍ରହଣ ନକରିବା ପଛରେ ମଧ୍ୟ ଟ୍ରମ୍ପ୍‌ଙ୍କ ସୁଚିନ୍ତିତ ରଣନୀତି ରହିଛି ଏବଂ ସେ ତାଙ୍କ ସମର୍ଥକମାନଙ୍କୁ ବାର୍ତ୍ତା ଦେଉଛନ୍ତି ଯେ ଜାଲିଆତି କରି ତାଙ୍କୁ ଡେମୋକ୍ରାଟିକ୍‌ ପାର୍ଟି ହରାଇଛି। ଏକ ସର୍ଭେରୁ ଜଣାପଡ଼ିଛି ଯେ ରିପବ୍ଲିକାନ୍‌ ଦଳର ଦୁଇ ତୃତୀୟାଂଶ ସମର୍ଥକ ଟ୍ରମ୍ପ୍‌ଙ୍କ ଏହି ଦାବିକୁ ଗ୍ରହଣ କରିଛନ୍ତି ଏବଂ ଏଥର ନିର୍ବାଚନରେ ହୋଇଥିବା ଇ ବ୍ୟାଲଟ୍‌ ବ୍ୟବସ୍ଥା ସଂପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ଥିଲା ବୋଲି କହିଛନ୍ତି। ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଶପଥ ଗ୍ରହଣର ସପ୍ତାହକ ମଧ୍ୟରେ ରିପବ୍ଲିକାନ୍‌ ପାର୍ଟି ଟ୍ରମ୍ପ୍‌ଙ୍କୁ ପରବର୍ତ୍ତୀ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରୁ ବୋଲି ଦଳର ବହୁ ନେତା ପ୍ରସ୍ତାବ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ