ପୁଣି ଲାଗିଲା ମାଓ ପୋଷ୍ଟର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ପଂଚାୟତର ବିଭିନ୍ନ ସ୍ଥାନରେ ପୁଣି ମାଓ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି । ଏଥିରେଉଲ୍ଲେଖ ରହିଛି କାମ୍ବେରକିଆରେ କମ୍ରେନ ଦସ୍ରୁଙ୍କୁ ଧରି ହତ୍ୟା କରିବାରେ କେକେବିଏନ କମିଟି କଠୋର ଭାବେ ନିନ୍ଦା କରୁଛି ଓ ସହଦ ସାଥୀଙ୍କୁ ଭାବବିନୀ ସ୍ରଦ୍ଧାଂଜଳୀ ଅର୍ପଣ କରୁଛି । କମ୍ରେନ ଦସ୍ରୁଙ୍କ ବଲିଦାନ କେବେ ବ୍ୟର୍ଥ ଯିବନି । ସଂଗ୍ରାମୀ ବନ୍ଧୁଗଣ ଆମ ମାନଙ୍କ ପାଇଁ ଗର୍ବର ବିଷୟ ଏହିକି ଯେ ଆମର ପ୍ରୀୟ ଜନନେତା ,ସଂଗ୍ରାମୀ ବନ୍ଧୁ ତଥା ଗରୀବ ଦଳିତ ଆଦିବାସୀ ମାନଙ୍କ ପୁଅ ଦସ୍ରୁ ତା୦୩-୦୨୦୨୦୨୪ ରାତି ପ୍ରାୟ ୭.୩୦ସମୟରେ କାମ୍ବେରକିଆ ଗ୍ରାମକୁ ଆମ ପାର୍ଟିକାମ ପାଇଁ ସିଭିଲରେ ଯାଇଥିବା ବେଳେ କନ୍ଧମାଳ ପୋଲିସ ମୁଖବିରସୁଚନା ଆଧାରରେ ତାକୁ ଧରି ଆଇନକୁ ଉଲଂଘନ କରି ଅତି ଦୟନିୟ ଭାବରେ ହତ୍ୟା କଲେ ।କମ୍ରେଡ ଦସ୍ରୁ ନିଜରାଜ୍ୟ ଓ ଘରଦ୍ୱାର ଛାଡି ୨୦୧୪ ଠାରୁ କୋଡଂଗା ଏରିଆ କମିଟିରେ ରହି ଦୀର୍ଘଦିନ ହେବ ମାଓବାଦୀ ପାର୍ଟିରେ ସାମିଲ ହୋଇ ଏଠିକାର ଦଳିତ,ଆଦିବାସୀ ଲୋକଙ୍କୁ ସଂଗଠିତ କରି ସବୁ ସମୟରେ ବିପ୍ଳବର ବାର୍ତାଦେଇ ଆସୁଥିଲେ ।ଲୋକଙ୍କର ଭଲମନ୍ଦରେ ସାମିଲ ହୋଇ ସେମାନଙ୍କ ଅଧିକାର ପାଇଁ ପୁଂଜିପତି ଓ ଫାସିବାଦ ସରକାର ବିରୁଦ୍ଧରେ ଲଢେଇ କରି ଆସୁଥିଲେ । କମ୍ରେଡ ଦସ୍ରୁଙ୍କ ଅଧୁରା ସ୍ୱପ୍ନ ଆମେ ପୁରା କରିବୁ,ତେଣୁ ଆପଣମାନଙ୍କୁ ଅନୁରୋଧ ଆମକୁ ସହଯୋଗ କରନ୍ତ ଓ ଜନଯୁଦ୍ଧରେ ସାମିଲ ହୁଅନ୍ତୁ । ଭାକପା (ମାଓବାଦୀ) କେକେବିଏନ ଡିଭିଜନାଲ କମିଟି ।