ପୁଣି ସାମ୍ବାଦିକ ଙ୍କୁ ଆକ୍ରମଣ
କଳାହାଣ୍ଡି, (ଓ୍ବାଇଏନ୍ଏସ୍): ପୁଣି ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି |ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କୁସୁମଖୁଣ୍ଟି ଠାରେ |ସୂଚନା ରୁ ପ୍ରକାଶ ଯେ ଶନିବାର ଦିନ ଖବର ସଂଗ୍ରହ କରି ନିଜ ଘର କୁ ଫେରୁ ଥିବା ସମୟରେ ଓଡ଼ିଆବାର୍ତ୍ତା ସାମ୍ବାଦିକ ହିରଣ୍ୟ ବେହେରା ଙ୍କୁ ସେହି ଗ୍ରାମର କିଛି ଲୋକ ଆକ୍ରମଣ କରିଥିବା ନେଇ କୋକସରା ଥାନାରେ ଅଭିଯୋଗ ହୋଇଛି ।ଅଭିଯୋଗ ହେବା ପରେ କୋକସରା ଥାନା ଭାରପ୍ରାପ୍ତ ଅଧିକାରୀ ବାସୁଦେବ ଛତ୍ରିଆ ଘଟଣା କୁ ଅତି ଗମ୍ଭୀରତାର ସହ ନେଇ ଘଟଣା ସ୍ଥଳ କୁ ଯାଇ ତଦନ୍ତ କରିଛନ୍ତି |ଏମିତି ବାରମ୍ବାର ସାମ୍ବାଦିକ ଙ୍କ ଉପରେ ଆକ୍ରମଣ କୁ ବିଭିନ୍ନ ମହଲରୁ ନିନ୍ଦା କରିବା ସହିତ ସାଧାରଣରେ ସାମ୍ବାଦିକ ସୁରକ୍ଷା କୁ ନେଇ ପ୍ରଶ୍ନ ଉଠିଛି। ତେବେ ସମ୍ପୃକ୍ତି ଦୋଷୀ କୁ ତୁରନ୍ତ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗିରଫ କରିବାକୁ ସାମ୍ବାଦିକ ସଙ୍ଘ ପକ୍ଷରୁ ଦାବି ହେଉଛି।ନଚେତ ସଙ୍ଘ ରାଜରାସ୍ତାକୁ ଉଲ୍ଲାଇ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ବୋଲି ସାମ୍ବାଦିକ ମାନେ ପ୍ରକାଶ କରିଛନ୍ତି।


