ପୁଣି ସୁରତରୁ ତିନୋଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ପହଂଚିଲେ ପ୍ରବାସୀ ଓଡ଼ିଆ

ଛତ୍ରପୁର,(ଓ୍ବାଇଏନ୍ଏସ୍):ପ୍ରବାସୀମାନେ ଏବେ ରାଜ୍ୟକୁ ଫେରୁଛନ୍ତି । ବସ୍‌ରେ ସୁରତରୁ ହଜାର ହଜାର ପ୍ରବାସୀ ଗଞ୍ଜାମକୁ ଫେରୁଥିବାବେଳେ ରବିବାର ଦୁଇଟି ସ୍ୱତନ୍ତ୍ର ଟ୍ରେନ ଯୋଗେ କେରଳ ଓ ସୁରତରୁ ପ୍ରବାସୀ ଓଡ଼ିଆ ଫେରିଥିବାବେଳେ ସୋମବାର ପୁଣି କେରଳ ଗୋଟିଏ ଏବଂ ସୁରତ ରୁ ତିନୋଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଗଞ୍ଜାମ କୁ ହଜାର ହଜାର ପ୍ରବାସୀ ଓଡ଼ିଆ ଫେରିଥିଲେ l ମଙ୍ଗଳବାର ସୁରତ ରୁ ସ୍ୱତନ୍ତ୍ର ଟ୍ରେନ ମଧ୍ୟାହ୍ନ ୧୨.୧୦ ମିନିଟରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ରେଳଷ୍ଟେସନରେ ୧୨୬୭ଜଣ ପ୍ରବାସୀ ଓଡ଼ିଆ ଙ୍କୁ ଧରି ପହଂଚିଥିଲା । ଏଥିରେ ଗଞ୍ଜାମ ଜିଲ୍ଲାର ୧୨୧୬ ଜଣ, ଖୋର୍ଦ୍ଧା ଜିଲ୍ଲାର ୪୬ଜଣ, ନୟାଗଡ଼ ଜିଲ୍ଲାର ୫ ଜଣ ପ୍ରବାସୀ ଓଡ଼ିଆ ରହିଥିଲେ । ସମସ୍ତଙ୍କୁ ସୁରକ୍ଷିତ ଭାବେ ଓହ୍ଲାଇବା ପରେ ସେମାନଙ୍କୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନ ପକ୍ଷରୁ ସ୍ୱାଗତ ଜଣାଯାଇ ସେମାନଙ୍କର ସ୍ୱାସ୍ଥ୍ୟ ସ୍କ୍ରିନିଂ କରାଯାଇ ଅନ୍ୟ ଜିଲ୍ଲାର ପ୍ରବାସୀ ଓଡିଆ ମାନଙ୍କୁ ବସ ଯୋଗେ ନିଜ ନିଜ ଜିଲ୍ଲାକୁ ପଠାଯାଇଥିଲା । ସେହିପରି ଗଂଜାମ ଜିଲ୍ଲାର ୧୨୧୬ ଜଣ ପ୍ରବାସୀ ଓଡିଆକୁ ନିଜ ନିଜ ବ୍ଲକ ଅଂଚଳ କୁ ପଠାଇଯାଇ ସେଠାରେ ଥିବା କ୍ୱାରାନଟାଇନ ସେଂଟରରେ ସେମାନଙ୍କୁ ରଖାଯାଇଛି । ଷ୍ଟେସନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଂଜାମ ଏସପି ବ୍ରିଜେଶ କୁମାର ରାଏ, ବିଏମସି କମିଶନର ଚକ୍ରବର୍ତି ସିଂ ରାଠୋର, ଡିଆରଡିଏ ପିଡି ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇର୍, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ତତ୍ତ୍ରାତେୟ ଭାଉସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାସ, ଡିଏସପି ଅଜୟ କୁମାର ମିଶ୍ର, ଛତ୍ରପୁର ଏସଡିପିଓ ଗୌତମ କିଷାନ , ଚମାଖଣ୍ଡି ଥାନାଧିକାରୀ ସୀତାଂଶୁ ଶେଖର ମାନ୍ଧାତା, ଛତ୍ରପୁର, ବ୍ରହ୍ମପୁର ଆରପିଏଫ ଓ ୩୦ ଜଣ କର୍ମଚାରୀ ଏବଂ ଶହେରୁ ଉର୍ଦ୍ଧ୍ୱ ପୁଲିସ କର୍ମଚାରୀମାନେ ପ୍ରବାସୀ ଓଡ଼ିଆମାନଙ୍କୁ ବିଭିନ୍ନ ଯାଗାରେ ପହଂଚାଇବା ନିମନ୍ତେ ସହାୟତା ପ୍ରଦାନ କରିଥିଲେ । ସେହିପରି ଶିକ୍ଷା ବିଭାଗ ର ସମଗ୍ର ଶିକ୍ଷା ଅଭିଯାନ ର ଜିଲ୍ଲା ସଂଯୋଜିକା ବିନିତା ସେନାପତି, ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥି, ରଙ୍ଗେଇଲୁଣ୍ଡା ବିଇଓ ଡ଼ଃ. ପ୍ରଭାତୀ ମହାପାତ୍ର ରହି ବିଭିନ୍ନ କାର୍ଯ୍ୟ ରେ ସହାୟତା କରିଥିଲେ l ମୁନିସିପେଣ୍ଠ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ, ପବିତ୍ର ଶତପଥି , ରୂପେଶ ପାଣିଗ୍ରାହୀ, ସନ୍ତୋଷ ତ୍ରିପାଠୀ, କ୍ରିଷ୍ଣା ଚନ୍ଦ୍ର ଜେନା ଓ ୧୨ଟି ଆରଆର ଟିମ୍ ଏବଂ ଜିଲ୍ଲାର ୧୦ରୁ ଉର୍ଦ୍ଧ୍ୱ ଡାକ୍ତର ଉପସ୍ଥିତ ରହି ପ୍ରବାସୀ ଓଡ଼ିଆମାନଙ୍କ ସ୍ୱାସ୍ଥ୍ୟ ଯାଂଚ କରିଥିଲେ । ଓଡ଼ିଆମାନଙ୍କୁ ଟ୍ରେନରୁ ଓହ୍ଲାଇବା ପରେ ବସକୁ ଯିବା ବେଳେ ଏମାନଙ୍କୁ ବିଭିନ୍ନ ଖାଦ୍ୟ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଇଛି । ଏହା ସହ ଟ୍ରେନ ଯୋଗେ ଅନ୍ୟ ଜିଲ୍ଲାର ପ୍ରବାସୀ ଓଡ଼ିଆ ମାନଂକୁ ସେମାନଙ୍କ ଜିଲ୍ଲାକୁ ମଧ୍ୟ ସ୍ୱତନ୍ତ୍ର ବସ ଯୋଗେ ସୁରକ୍ଷିତ ଭାବେ ପଠାଯାଇଛି ।ପୁଣି ମଙ୍ଗଳବାର ସୁରତରୁ ୧୨୭୨ ଜଣ ପ୍ରବାସୀ ଓଡିଆକୁ ଧରି ଜଗନ୍ନାଥପୁର ଷ୍ଟେସନକୁ ମଧ୍ୟାହ୍ନ ଅପରାହ୍ନ ୪.୪୮ ମିନିଟରେ ପହଂଚିଥିଲା ଆଉ ଏକ ସ୍ୱତନ୍ତ୍ର ଟ୍ରେନ । ସେଥିରେ ଗଞ୍ଜାମ ଜିଲ୍ଲାୁର 1250ଜଣ ପ୍ରବାସୀ ଓଡ଼ିଆ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ଜଣେ, ପୁରୀ ଜିଲ୍ଲାର ୧୯ଜଣ, ଜଗତସିଂ ପୁର ଜିଲ୍ଲା ର ଜିଲ୍ଲାର ଜଣେ ଓ କନ୍ଧମାଳ ଜିଲ୍ଲାର ଜଣେ ରହିଥିଲେ l ପ୍ରଥମେ ପ୍ରବାସୀ ମାନଙ୍କୁ ସ୍ୱାସ୍ଥ୍ୟ ଯାଂଚ କରାଯାଇଥିଲା l ଗଞ୍ଜାମ ଜିଲ୍ଲାର୧୨୫୦ ଜଣ ଙ୍କୁ ବିଭିନ୍ନ ବ୍ଲକ ଅଂଚଳ କୁ ପଠାଯାଇଛି । ଅନ୍ୟ ଜିଲ୍ଲାର ପ୍ରବାସୀ ମାନଂକୁ ସେମାନଙ୍କ ଜିଲ୍ଲା କୁ ସ୍ୱତନ୍ତ୍ର ବସ ଯୋଗେ ପଠାଯାଇଛି । ପୁଣି ମଙ୍ଗଳବାର ସୁରତରୁ ୧୨୦୧ ଜଣ ପ୍ରବାସୀ ଓଡିଆକୁ ଧରି ଜଗନ୍ନାଥପୁର ଷ୍ଟେସନକୁ ରାତ୍ର ୮.୫୫ ମିନିଟ୍ ରେ ପହଂଚିଥିଲା ଆଉ ଏକ ସ୍ୱତନ୍ତ୍ର ଟ୍ରେନ । ସେଥିରେ ଗଂଜାମ ଜିଲ୍ଲା ର ୧୧୮୪ ଜଣ ପ୍ରବାସୀ ଓଡିଆ ରହିଥିବା ବେଳେ ନୟାଗଡ଼ ଜିଲ୍ଲାର ୧୬ ଜଣ ଓ ଖୋର୍ଦ୍ଧା ଜିଲ୍ଲାର ଜଣେ ପ୍ରବାସୀ ରହିଛନ୍ତି । ସେମାନେ ଟ୍ରେନରେ ଓହ୍ଲାଇବା ପରେ ଜିଲ୍ଲାପ୍ରଶାସନ ଓ ପୁଲିସ ପ୍ରଶାସନ ସେମାନଙ୍କୁ ସ୍ୱାଗତ କରିବା ସହ ବର୍ଷା, ସତ୍ତ୍ୱେ ପୁଲିସ, ରେଳବିଭାଗ କର୍ମଚାରୀ ମାନେ ସହାୟତା କରି ସୁରକ୍ଷିତ ଭାବେ ବସ୍ ନିକଟକୁ ପଠାଇଛନ୍ତି । ପ୍ରଥମେ ସ୍ୱାସ୍ଥ୍ୟ ଟିମ୍ ସେଠାରେ ଜଣ ଜଣ କରି ପ୍ରବାସୀ ଓଡିଆଙ୍କ ସ୍ୱାସ୍ଥ୍ୟ ଯାଂଚ ମଧ୍ୟ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ