ପୁଣି ହସାଇବ ‘ହଙ୍ଗାମା’

ମୁମ୍ବାଇ : ପୁଣି ଫେରୁଛି ୨୦୦୩ ମସିହାର ଲୋକପ୍ରିୟ ହାସ୍ୟରସ ଧର୍ମୀ ଫିଲ୍ମ ‘ହଙ୍ଗାମା’। ଅନେକ ଦିନ ଧରି ହିନ୍ଦୀ ଫିଲ୍ମଠାରୁ ଦୂରରେ ଥିବା କମେଡି ଫିଲ୍ମର ଲୋକପ୍ରିୟ ନିର୍ଦ୍ଦେଶକ ପ୍ରିୟଦର୍ଶନ ପୁଣି ଥରେ ଫେରିବାକୁ ଯାଉଛନ୍ତି। ୨୦୦୩ ମସିହାରେ ତାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଫିଲ୍ମ ହଙ୍ଗାମାର ସ୍ୱିକ୍ୱେଲ ନେଇ ଫେରୁଛନ୍ତି ପ୍ରିୟଦର୍ଶନ। ଏହି ଫିଲ୍ମର ନାଁ ରହିଛି ହଙ୍ଗାମା ୨। ମଙ୍ଗଳବାର ଫିଲ୍ମର ଫାଷ୍ଟଲୁକ୍‌ ଜାରି କରାଯାଇଛି। ଫିଲ୍ମ ସମୀକ୍ଷକ ତରଣ ଆଦର୍ଶ ନିଜ ଟ୍ଵିଟର ଆକାଉଣ୍ଟରେ ଏହାକୁ ସେୟାର କରିଛନ୍ତି। ହଙ୍ଗାମା ୨ରେ ଲିଡ୍‌ ଆକ୍ଟର ଭାବେ ମିଜାନା ଜାଫରୀଙ୍କୁ ଦେଖିବାକୁ ମିଳିବ। ମିଜାନାଙ୍କ ବ୍ୟତୀତ ଫିଲ୍ମରେ ଶିଳ୍ପା ସେଟ୍ଟୀ କୁନ୍ଦ୍ରା, ପ୍ରଣିତା ସୁବାସ ଓ ପରେଶ ରାଓ୍ଵଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମର ପ୍ରଥମ ପୋଷ୍ଟରରେ ମିଜାନାଙ୍କୁ ପ୍ରଣିତା ଓ ପରେଶ ରାଓ୍ଵଲଙ୍କୁ ଶିଳ୍ପା ସେଟ୍ଟୀଙ୍କ ସହ ଠିଆ ହୋଇଥିବା ଦେଖିବାକୁ ମିଳିଛି। ନିକଟରେ ମିଡିଆ ସହ କଥା ହେବା ଅବସରରେ ପ୍ରିୟଦର୍ଶନ କହିଥିଲେ ଯେ, ମୁଁ ଗୋଟେ ହିନ୍ଦୀ ଫିଲ୍ମର ନିର୍ଦ୍ଦେଶନା ଦେବାକୁ ୬ ବର୍ଷ ବିତିଲାଣି। ଏବେ ମୁଁ ପୁଣି ଥରେ କମେଡି ସହ ଫେରୁଛି। କିନ୍ତୁ ମୋ ଫିଲ୍ମରେ କୌଣସି ଅଶ୍ଳୀଳତା କିମ୍ବା ଦ୍ୱିଅର୍ଥବୋଧକ ଶବ୍ଦ ଦେଖିବାକୁ ମିଳିବ ନାହିଁ। ହଙ୍ଗାମା-୨ ମୋର ଅନ୍ୟ ଫିଲ୍ମ ଭଳି ସଫାସୁତୁରା ଓ ପାରିବାରିକ ହେବ। ଏହି ଫିଲ୍ମ ଆସନ୍ତାବର୍ଷ ଅଗଷ୍ଟ ୧୪ ତାରିଖରେ ହଲ୍‌କୁ ଆସିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ