ପୁଣି ହେବ ବର୍ଷା
ଭୁବନେଶ୍ୱର : ଚଳିତ ବର୍ଷ ଶୀତଋତୁରେ ପ୍ରଚଣ୍ଡ ଜାଡ଼ ସାଙ୍ଗକୁ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେଉଥିବା ଲାଗିରହିଛି। ବିଭିନ୍ନ ସ୍ଥାନରେ ଗତ କିଛି ଦିନ ତଳେ ବର୍ଷା ହୋଇଥିଲା। ପୁଣି ଆଗକୁ ବର୍ଷା ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ, ୨୨ ଓ ୨୩ ତାରିଖରେ ୫ଟି ଜିଲ୍ଲାରେ ବର୍ଷା ହେବ। ଏହି ଜିଲ୍ଲାଗୁଡ଼ିକ ହେଉଛି ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଓ ଦେବଗଡ଼। ଏସବୁ ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହେବା ସମ୍ଭାବନା ରହିଛି।