ପୁଣି ୨ ମୁଣ୍ଡ ନେଲା କରୋନା
ଭୁବନେଶ୍ବର: ରାଜ୍ୟରେ ପୁଣି ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୨ ମୃତକ ଜଞ୍ଜାମ ଜିଲ୍ଲାର ହୋଇଥିବାବେଳେ ଉଭୟ ପୁରୁଷ । ସେମାନଙ୍କ ବୟସ ୬୬ ଓ ୪୦ ବୋଲି ଜଣାଯାଇଛି । ୬୦ ବର୍ଷୀୟ ବ୍ୟକ୍ତିଙ୍କ ଉଚ୍ଚରକ୍ତଚାପ ଥିବାବେଳେ ୪୦ ବର୍ଷୀୟ ବ୍ୟକ୍ତିଙ୍କ ମଧୁମେୟ ରୋଗ ଥିଲା । ଏଥିସହ ଗଞ୍ଜାମ ଜିଲ୍ଲାରେ କରୋନା ମୃତ୍ୟୁ ସଂଖ୍ୟା ୧୭ ହୋଇଥିବାବେଳେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ପ୍ରକାଶ ଯେ, ଶୁକ୍ରବାର ରାଜ୍ୟରେ ୫୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ୫୬୧ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୫ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଥିବା ବେଳେ ୧୩୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


