ପୁଣି ୪ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର: ସମ୍ପ୍ରତି ଜଳବାୟୁରେ ଅସ୍ୱାଭାବିକତା ପରିଲକ୍ଷିତ ହୋଇଛି । ଦିନେ ଦୁଇ ଦିନ ସାଧାରଣ ପାଗ ରହିବା ପରେ ପୁଣି ଥରେ ପାଗରେ ପରିବର୍ତ୍ତନ ଆସିବା ସୂଚନା ମିଳିଛି । ଆସନ୍ତା ୪ ତାରିଖରୁ ଦୁଇ ଦିନ ପର୍ଯ୍ୟନ୍ତ ୧୫ ରୁ ଅଧିକ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ । ମଙ୍ଗଳବାର ପାଗ ପ୍ରାୟତଃ ଶୁଖିଲା ରହିବ । ତେବେ ୪ ତାରିଖରୁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଗଞ୍ଜାମ, ଗଜପତି, କନ୍ଧମାଳ ଓ ଯାଜପୁର ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୫ ତାରିଖରେ ବର୍ଷାର ପରିମାଣ ବୃଦ୍ଧି ପାଇବ । ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶା ସମତେ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇପାରେ । ଏହି ସମୟରେ ପବନର ବେଗ ୩୦ ରୁ ୪୦ କି.ମି ମଧ୍ୟରେ ରହିବ । ବର୍ଷା ଅଭାବରେ ଏବେ ତାତି କିଛିଟା ବୃଦ୍ଧି ପାଇଛି । ରାତିବେଳେ ସର୍ବନିମ୍ନ ତାପମାତ୍ର ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଉଥିଲେ ସୁଦ୍ଧା ଦିନ ସମୟରେ ପାରଦ ବଢ଼ୁଛି ।