ପୁଣି ୪ କିଲୋମିଟର ବୁହା ହେଲେ ଗର୍ଭବତୀ
ମାଲକାନଗିରି , (ଯୁଗାବ୍ଦ ନ୍ୟୁଜ): ପୁଣି ଜନନୀ ଯନ୍ତ୍ରଣା । ଆଦିବାସୀ ଅଂଚଳ ମାଲକାନଗିରି ଜିଲ୍ଲାରେ ରାସ୍ତା ଅବସ୍ଥା ଶୋଚନୀୟ ଅବସ୍ଥାରେ ରହିଥିବା ବେଳେ ପୁଣୀ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ଷ୍ଟେଚରରେ ୪ କିଲୋମିଟର ବୁହା ହେବା ଘଟଣା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମିଳିଥିବା ଖବର ଅନୁସାରେ କାଲିମେଳା ବ୍ଳକ ଅନ୍ତର୍ଗତ କାନ୍ଦିଗୁଡା ଗ୍ରାମର ଜଣେ ମହିଳା ଯନ୍ତ୍ରଣା ଅନୁଭବ କରିଥିବାରୁ ତାଙ୍କ ପରିବାର ଲୋକେ ଆମ୍ବୁଲାନ୍ସକୁ କଲ କରିଥିଲେ । ରାସ୍ତା ଘାଟ ଭଲ ହୋଇନଥିବାରୁ କାନ୍ଦିଗୁଡା ଗ୍ରାମଠାରୁ ୪ କିଲୋମିଟର ଦୁରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ଏହା ପରେ ପରିବାର ଲୋକେ ବାଧ୍ୟ ହୋଇ ଗର୍ଭବତୀଙ୍କୁ ୪ କିଲୋମିଟର ରାସ୍ତାଦେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପରେ ଆମ୍ବୁଲାନ୍ସରେ କାଲିମେଳା ମେଡିକାଲରେ ଭର୍ତ୍ତିକରିଥିଲେ ।