ପୁଣୀ ଗୁଣିଗାରେଡି ସଂନ୍ଦେହରେ ହତ୍ୟା

କାଲିମେଳା  : ମାଲକାନଗିରି ଜିଲ୍ଳା କାଲିମେଳା ବ୍ଲକ ଚିତ୍ରାଙ୍ଗ ପାଲି ପଂଚାୟତ ଇନ୍ତାଗୁଡା ଗ୍ରାମରେ ଗୁଣି ଗାରେଡି ସଂନ୍ଦେହରେ ଜଣେ ବୃଦ୍ଧଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା  ଅଭିଯୋଗ ହୋଇଛି ।  ମିଳିଥିବା ଖବର ଅନୁଯାୟୀ ଗ୍ରାମରେ ବୈଠକ କରିବାକୁ ଡାକି  ବୈଠକ କରୁଥିବା ବେଳେ କିଛି ଯୁବକ ହଠାତ୍ କାଠ ଫାଳିଆ ଓ ବାଡି ଧରି  ଗାଁ ଦାଣ୍ଡରେ ପିଟି ପିଟି ହତ୍ୟା କରିଛନ୍ତି ।ହତ୍ୟାକାଣ୍ଡ ଶନିବାର ରାତି ପ୍ରାୟ ୮ ସମୟରେ ଘଟିଥିବା ଜଣାପଡିଛି । ଏଭଳି ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରିବା ପରେ ତାଙ୍କୁ ଗ୍ରାମର କେନ୍ଦୁ ଗଛ ମୁଳରେ ଫୋପାଡି ଦେଇଥିଲେ ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିବା ସହ ପୋଲିସରେ ଅଭିଯୋଗ କଲେ  ତାଙ୍କୁ ଗ୍ରାମରୁ ବାଛନ୍ଦ କରାଯିବ ବୋଲି ଅଭିଯୁକ୍ତ ମାନେ ଧମକ  ଦେଇଥିଲେ ।ଏହା ପରେ ସ୍ତ୍ରୀ ଅଭିଯୁକ୍ତ ୧୦ ଜଣଙ୍କ  ନାମରେ ଏତଲା ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରୀ ରଖିଥିବା ବେଳେ ହତ୍ୟା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସାମା ମାଣ୍ଡି, ଇରମା ମାଣ୍ଡି , ଜଗା କାର୍ତ୍ତା , ପଦିଆ ବେଟାକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ନିମନ୍ତେ ପୋଲିସ ତଦନ୍ତ ଜାରୀ ରଖିଛି । ଏହି ଘଟଣାରେ ଏସଆଇ ସୋମନାଥ  ଦଳ ବେହେରା ତଦନ୍ତ ଭାର ନେଇ ତଦନ୍ତ ଜାରୀ ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ