ପୁଣୀ ମନ୍ କୀ ବା୍ତ ସହ ଯୋଡି ହେଲେ ପ୍ରଧାନମନ୍ତ୍ରୀ ମୋଦି

( ଯୁଗାବ୍ଦ ନ୍ୟୁଜ) : ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ଆରମ୍ଭ କରିବା ପରେ ଆଜି ପୁଣି ମନ ୍କୀ ବାତ୍ ଜରିଆରେ ସାଧାରଣ ଲୋକଙ୍କ ସହିତ ନିଜର ମତବିନିମୟ କରିଛନ୍ତି ।ଏହି ଅବସରରେ ସେ କହିଛନ୍ତି ଲୋକସଭା ନିର୍ବାଚନରେ ବିପୁଳ ବିଜୟ ଦେଇ ଥିବାରୁ ଦେଶବାସୀଙ୍କ ପାଖରେ ମୁଁ କୁତଜ୍ଞ । ନିର୍ବାଚନ ସମୟରେ ଆମ ଉପରେ ଗୁରୁଦାଇତ୍ୱ ଥିଲା । ସେ କହିଛନ୍ତି ମୁଁ ଯେତେବେଳେ ମନ୍ ୍କୀ ବାତ୍ କରେ ମୋର ଶବ୍ଦ , ମୋର ସ୍ୱର ଓ ମୁଁ ଜନତାଙ୍କ ନିକଟରେ ଉତ୍ତରଦାୟୀ ଏଥିପାଇଁ ମୁଁ ଏହି ସବୁ କଥାକୁ ସବୁ ମନେ୍ ପକାଉଛି । ମୁଁ ଫେବୃୟାରୀରେ ମନ କୀ ବାତ କରିଥାନ୍ତି । କିନ୍ତୁ ଆପଣଙ୍କୁ ପୁଣୀ ଥରେ ସାକ୍ଷାତ ହେବ ବୋଲି ମୁଁ କହିଥିଲି । କିନ୍ତୁ ଦେଶର ମହାପର୍ବରେ ସାମିଲ ହୋଇଥିଲୁ । ଭାରତ ବାସୀଙ୍କ ନିକଟରେ ମୁଁ ସଦା ସର୍ବଦା ଉସ୍ରର୍ଗୀକୃତ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକ ମାନଙ୍କ ସହିତ ଜଡିତ ହେବାକୁ ଚାହେଁ ଏହା ଦ୍ୱାରା ମୋତେ ବହୁତ ଆତ୍ମତୃପ୍ତି ମିଳେ । ମନ କୀ ବାତ୍ ଦ୍ୱାରା ମୋତେ ବହୁତ ଚିଠି ଟେଲିଫୋନ ଆସିଛି କିନ୍ତୁ ଅଭିଯୋଗ ବହୁତ କମ୍ ଆସେ । ଏମିତି କେହି କିଛି ମୋତେ ମାଗିବାର ମୁଁ ଦେଖିନାହିଁ । ଆପଣ ଚିନ୍ତା କରିପାରୁଥିବେ ଦେଶର ଜନତା ମୋଦିଙ୍କୁ ଚିଠି ଲେଖୁଛନ୍ତି । କିନ୍ତୁ କୈାଣସି ବି ଗୋଟିଏ ଲୋକ ନିଜ ପାଇଁ କିଛି ମାଗୁନାହାନ୍ତି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଦେଶର ଲୋକ ମାନଙ୍କର ଭାବନା ବହୁତ ଉଚ୍ଚ । ମନ୍ କ୍ି ବାତ ସମାଜ ପାଇଁ ଏକ ବଳିଷ୍ଠ ଉଦାହରଣ ।


