ପୁତୁରାର କଟୁରି ଚୋଟରେ ବଡ ମା ମୃତ ; ପୁତୁରାକୁ ଗିରଫ କଲା ପୋଲିସ୍
ଛତ୍ରପୁର (ଦେବଦତ୍ତ ମହାରଣା): ଛତ୍ରପୁର ଥାନା ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୁତୁରାର କଟୁରୀ ଚୋଟରେ ବଡ ମାଙ୍କ ମୃତ୍ୟୁ ଘଟିଛି । ଗ୍ରାମର ଦୁର୍ଗାଚରଣ ମଣ୍ଡଳଙ୍କ ମାଆ ପଦ୍ମାବତୀ ମଣ୍ଡଳ (୭୫) ଙ୍କୁ ପଦ୍ମାବତୀଙ୍କ ପୁତୁରା ସିତାରାମ ମଣ୍ଡଳ ଏକ କଟୁରୀରେ କାଟି ହତ୍ୟା କରିଛି । ଏନେଇ ଛତ୍ରପୁର ଥାନାରେ ପଦ୍ମାବତୀଙ୍କ ପୁଅ ଦୁର୍ଗାଚରଣ ଏତାଲା ଦେଇଛନ୍ତି । । ଘଟଣାର ଖବର ପାଇ ଛତ୍ରପୁର ଥାନା ର ସେକେଣ୍ଡ ଅପିସର ସତ୍ୟଜିତ ବେଣିଆ ଘଟଣା ସ୍ଥଳରେ ପହଂଚି ଘଟଣାର ଛାନଭିନ ଚଳାଇଛି । ତେବେ ହତ୍ୟା ର କାରଣ ସ୍ପଷ୍ଠ ହୋଇନଥିବା ବେଳେ ପୁଅ ଦୁର୍ଗା ଚରଣ ମଣ୍ଡଳ ଛତ୍ରପୁର ଥାନାରେ ଅଭଯୋଗ କରିଛନ୍ତି । ଏତାଲାକୁ ଭିତ୍ତି କରି ଛତ୍ରପୁର ଥାନା ପୋଲିସ୍ ଘଟଣାର ତଦନ୍ତ କରୁଥିବା ଦେଖିବାକୁ ମିଳିଛି । ସୁଚନା ମୁତାବକ ପଦ୍ମାବତୀ ପାରାଲିସେସ୍ ରୋଗରେ ଆକ୍ରାନ୍ତ ହୋଇ ଘରେ ସୋଇଥିବା ବେଳେ ଗୁରୁବାର ପୁର୍ବାହ୍ନରେ ପଦ୍ମାବତୀଙ୍କ ପୁତୁରା ଆସି ପଦ୍ମାବତୀଙ୍କ ବେକକୁ ଏକ କଟୁରୀ ମାଧ୍ୟମରେ କାଟି ଦେଇଥିଲା । ହଠାତ୍ ବଡ ଜୋରରେ ଏକ ଶବ୍ଦ ହେବାରୁ ପରିବାର ଲୋକେ ଆସି ଦେଖିଲା ବେଳକୁ ପଦ୍ମାବତୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଛନ୍ତି । ଅନ୍ୟପଟେ ପୁତୁରା ସିତାରାମ ଏକ ବୁଦା ଭିତରେ ପଶି କେଉଁ ଆଡେ ଚମ୍ପଟ ମାରିଥିଲା । ଏହି ଘଟଣା ସଂପର୍କରେ ପୁଅ ଦୁର୍ଗାଚରଣ ମଣ୍ଡଳ ଛତ୍ରପୁର ଥାନାକୁ ଜଣାଇଥିଲେ । ଘଟଣାର ସୁଚନା ପାଇ ଛତ୍ରପୁର ଥାନା ର ସେକେଣ୍ଡ ଅଫିସର ସତ୍ୟଜିତ ବେଣିଆ ଓ ପୋଲିସ୍ କର୍ମଚାରୀ ମାନେ ସୁନ୍ଦରପୁର ଗ୍ରାମରେ ପହଂଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ । ପରେ ଗ୍ରାମବାସୀଙ୍କ ସହଯୋଗରେ ଛତ୍ରପୁର ପୋଲିସ୍ ର ତ୍ୱରାନ୍ନିତ କାର୍ଯ୍ୟ ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ବଳରାମପୁର ଯିବା ରାସ୍ତାରେ ଥିବା ଡାଲଖାଇ ମନ୍ଦିର ନିକଟରୁ ସିତାରାମକୁ ଛତ୍ରପୁର ପୋଲିସ୍ ଗିରଫ୍ କରିଛି । ଏନେଇ ଥାନାରେ ଏକ ୩୫୧/୨୦୨୧ ପ୍ରକାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚାଲିଥିବା ସେକେଣ୍ଡ ଅଫିସର ସତ୍ୟଜିତ ବେଣିଆ ସୁଚନା ଦେଇଛନ୍ତି । ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲ କୁ ପଠାଯାଇଛି ।


