ପୁତୁରା କାତି ଚୋଟରେ ଦାଦା ଗୁରୁତର ପୁତୁରା ଫେରାର

ଦିଗପହଣ୍ଡି, (ଓ୍ବାଇଏନ୍ଏସ୍):ଦିଗପହଣ୍ଡି ଥାନା ଅନ୍ତର୍ଗତ ଛଣମେରି ଗାଁ ରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ଼ ୩ ଟା ରେ ଘଟିଯାଇଛି ବଡ଼ ଧରଣର ଅଘଟଣ। ସାମାନ୍ୟ କଥାକୁ କେନ୍ଦ୍ରକରି ସମ୍ପର୍କୀୟ ପୁତୁରା ଚିନ୍ମୟ କୁମାର ନାୟକ ଓରଫ ଚିନୁଙ୍କ କାତି ଚୋଟରେ ସମ୍ପର୍କୀୟ ଦାଦା ବାବୁଲା ବିଷୋୟୀ ଗୁରୁତର ଆହାତ ହୋଇଛନ୍ତି।ଅଭିଯୁକ୍ତ ପୁତୁରା ଚିନୁ ଗିରଫ ଭୟରେ ଫେରାର ଥିବା ଜଣାପଡିଛି। ପ୍ରାପ୍ତ ସୂଚନା ରୁ ଜଣାପଡିଛି ଯେ, ଗ୍ରାମର ନୂଆସାହି ନିକଟ ପୋଲ ଉପରେ ବାବୁଲାଙ୍କ ସମେତ ଗ୍ରାମର କିଛି ବ୍ୟକ୍ତି ବସି ଗପସପ ହେଉଥିଲେ। ବାବୁଲାଙ୍କ ସମ୍ପର୍କୀୟ ପୁତୁରା ଭାବେ ବିବେଚିତ ଅଭିଯୁକ୍ତ ଚିନୁ ସେଠାରେ ପହଞ୍ଚିବା ପରେ ବାବୁଲା ତାଙ୍କୁ ଥଟ୍ଟାରେ କିଛି କଥା କହିଥିଲେ। ଅଭିଯୁକ୍ତ ଚିନୁ ଏଥିରେ ଉତ୍ତ୍ୟକ୍ତ ହୋଇ ଘରକୁ ପଳାଇଥିଲେ। କିଛି ସମୟପରେ ଏକ ଧାରୁଆ କାତି ଧରି ସେଠାରେ ପହଞ୍ଚିବା ସହ ଅତର୍କିତ ଭାବେ ବାବୁଲାଙ୍କ ବେକକୁ କାତିରେ ଚୋଟ ପକାଇଥିଲେ।ଆଖପାଖରେ ଥିବା ଲୋକେ ତାଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ ଡ଼ାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ସନ୍ଧ୍ୟା ସୁଦ୍ଧା ଦିଗପହଣ୍ଡି ଥାନାରେ କୌଣସି ଏତଲା ହୋଇନଥିବା ଆଇ ଆଇ ସି ବସନ୍ତ କୁମାର ସେଠୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ