ପୁତ୍ତି ଗୋପାଳପୁର ରେ ମୋ ପୋଖରି ମୋ ଦାୟତ୍ୱ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା) :ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ଉଭୟ ଜିଲ୍ଲା ପ୍ରଶାସନ ଓ ଏନଏସି ପ୍ରଶାସନ କାର୍ଯ୍ୟ କରୁଛନ୍ତି । ସହରରେ ଭିଆଇପି ରୋଡରେ ଆଇ ଲଭ ଛତ୍ରପୁର ସମେତ ବିଭିନ୍ନ ପାର୍କ ଗୁଡିକ ନିର୍ମାଣ କରାଯାଇଛି । ଏହା ସହ ସହରକୁ ସ୍ୱଚ୍ଛ ରଖିବା ପାଇଁ ଏନଏସି ପ୍ରଶାସନ ପକ୍ଷରୁ ଦିନରାତି କାର୍ଯ୍ୟ କରାଯାଉଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ସୋମବାର ସହରର ବିଭିନ୍ନ ୱାର୍ଡରେ ଥିବା ପୋଖରୀ ଗୁଡିକୁ ମୋ ସ୍ୱାଭିମାନ ମୋ ଗଞ୍ଜାମ ଓ ମୋ ପୋଖରୀ ମୋ ଦାୟିତ୍ୱ ରେ ସଫେଇ କରାଯାଉଛି । ଏହି ପରିପ୍ରେକ୍ଷୀରେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍‌. ଗଣେଷ ବାବୁଙ୍କ ନେତୃତ୍ୱରେ ଆଜି ସହରର ୨ ନମ୍ବର ୱାର୍ଡ ରେ ଥିବା ପୁତ୍ତି ଗୋପାଳପୁର ର ପୋଖରୀକୁ ସଫେଇ କରାଯାଇଥିଲା । ଏହି ସଫେଇ କାର୍ଯ୍ୟକ୍ରମରେ ଏନଏସିର ପରିମଳ ନିରୀକ୍ଷକ ଗୌରହରି ପଣ୍ଡା, ମନୋରଞ୍ଜନ ପାଣିଗ୍ରାହୀ, ଶୁଭଶ୍ରୀ ତରାଇ, ସୁପରଭାଇଜର ଏ. ଜାନକୀ ଓ ସନ୍ତୋଷୀ ସାହୁଙ୍କ ସମେତ ବହୁ ଏସଏଚଜି ମହିଳା ଓ ଏନଏସି କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ