ପୁନଃ ନିଯୁକ୍ତି ଦାବିରେ ଏମ୍ସିଏସ୍ ସଂଯୋଜିକା ସଂଘର ଜରୁରୀ କାଳୀନ ବୈଠକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ବୁଧବାର ଦିବା ୧୧ ଘଟିକା ସମୟରେ ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ପ୍ରାଙ୍ଗଣରେ ଏକ ଏମ୍ସିଏସ୍ ସଂଯୋଜିକାମାନଙ୍କର ଏକ ରାଜ୍ୟସ୍ତରୀୟ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀଯୁକ୍ତ ରାଧାରମଣ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ୩୦ଟି ଜିଲ୍ଲାରୁ ଆସିଥିବା ସଂଯୋଜିକାମାନଙ୍କୁ ପୁନଃ ସ୍ଥାୟୀ ନିଯୁକ୍ତି ଦେବା, ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ବାଳିକା ଶିକ୍ଷାର ପ୍ର•ର ଓ ପ୍ରସାର ପାଇଁ ଓଡ଼ିଶାର ସମସ୍ତ ଜିଲ୍ଲାର ଶିକ୍ଷିତା ନାରୀମାନଙ୍କୁ ଏମ୍ସିଏସ୍ ସଂଯୋଜିକା ଭାବରେ ୨୦୦୩ ମସିହା ଠାରୁ ଦୀର୍ଘ ୧୦ ବର୍ଷ ପର୍ଯ୍ୟନ୍ତ ଖଟାଇ ଥିଲେ ମଧ୍ୟ ସେମାନଙ୍କୁ କାରଣ ନ ଦର୍ଶାଇ ଛଟେଇର ପ୍ରତିବାଦ ଏବଂ ତାଙ୍କୁ ସରକାରୀ ମାନ୍ୟତା ଦେବା ଉକ୍ତ ବୈଠକରେ ଆଲୋଚନା କରାଯାଇଥିଲା । ଯଦି ସରକାର ଏମାନଙ୍କୁ ପୁନଃ ନିଯୁକ୍ତି ନ ଦିଅନ୍ତି ତେବେ ସଂଘ ଆଗାମୀ ଦିନରେ ରାଜରାସ୍ତାକୁ ଆସି ସେମାନଙ୍କ ନିଯୁକ୍ତି ଦାବିରେ ଧାରଣାରେ ବସିବେ ।