ପୁନର୍ବାସ ପକ୍ଷରୁ ମାନସିକ ମନ୍ଥରତା ପୁସ୍ତକ ଉନ୍ମୋଚନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ପୁନର୍ବାସ’ ପକ୍ଷରୁ “ମାନସିକ ମନ୍ଥରତା ସମ୍ପର୍କରେ ଜାଣିବା କଥା” ଶୀର୍ଷକ ଏକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସମର୍ଥ ବର୍ମା ଏହି ପୁସ୍ତକକୁ ଆନୁଷ୍ଠାନିକ ଭାବେ ଉନ୍ମୋଚନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନରହରି ସେଠୀ, ପୁର୍ବାସର ସମ୍ପାଦିକା ବନସ୍ମିତା ରାଉତରାୟ, ସଂଯୋଜିକା ସଶ୍ମିତା ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ମାନସିକ ଅନଗ୍ରସର ପିଲାମାନଙ୍କ ପାଇଁ ଏକ ଉପାଦେୟ ପୁସ୍ତକ ପ୍ରକାଶନ କରିଥିବାରୁ ଜିଲ୍ଲାପାଳ ଶ୍ରୀ ବର୍ମା ପୁନର୍ବାସର ପ୍ରସଂଶା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ