ପୁନର୍ବାସ ପକ୍ଷରୁ ମେଧାବୀ ଦିବ୍ୟାଙ୍ଗଙ୍କୁ ମେଧାବୃତ୍ତି ପ୍ରଦାନ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ମାଧପୁରସ୍ଥିତ ଅମର ଉଦ୍ୟାନରେ ପୁନର୍ବାସ ପକ୍ଷରୁ ମେଧାବୀ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ବାର୍ଷିକ ମେଧାବୃତ୍ତି ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁନର୍ବାସ ଅନୁଷ୍ଠାନର ମୁଖ୍ୟ ଡଃ. ବିରଜା ପ୍ରସାଦ ରାଉତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଅଧ୍ୟାପକ ଅଜୟ ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡା. ବୀରେନ୍ଦ୍ର କୁମାର ଦାସ, କବୟତ୍ରୀ ନବଜ୍ୟୋତି ରାୟ, ଅନୁଷ୍ଠାନର ସଦସ୍ୟ ଧରଣୀଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦିବ୍ୟାଙ୍ଗମାନେ ଆମ ଚେତନାର ଉତ୍ସ । ସେମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଆମ ଜୀବନର ଲକ୍ଷ୍ୟ ହେବା ଉଚିତ । ୨୦୦୯ମସିହାରୁ ସ୍ଥାପିତ ପୁନର୍ବାସ ଅନୁଷ୍ଠାନ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିଆସୁଛି । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଯିବା ଉଦେଶ୍ୟରେ ଅନୁଷ୍ଟାନ ତା’ର ପ୍ରୟାସ ଜାରି ରଖିଛି । ପୁନର୍ବାସର ପ୍ରସ୍ଥାବ କ୍ରମେ ପଟ୍ଟାମୁଣ୍ଡାଇରେ ଏକ ଫିଜିଓଥେରାପି କେନ୍ଦ୍ର ଖୋଲାଯିବାକୁ ଜିଲ୍ଲା ପ୍ରସାଶନ ଦ୍ୱାରା ଅନୁମୋଦିତ ହୋଇ ରାଜ୍ୟ ସରକାରଙ୍କୁ ପଠାଯାଇଥିବା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦାସ କହିଥିଲେ । ଏହି ଅବସରରେ ମାଟ୍ରିକ ପରୀକ୍ଷାରେ ପାସ କରିଥିବା ଦୃଷ୍ଟିବାଧିତ ଛାତ୍ର ଆନନ୍ଦ କୁମାର ନାଥ, ଚଳତଶକ୍ତି ବାଧିତ ଛାତ୍ର ପୂଜାରାଣୀ ନନ୍ଦୀ, ଥାଲାସେମିଆ ଛାତ୍ରୀ ନଭ୍ୟାନବେଲି ସାହୁ ଓ +୨ ପରିକ୍ଷାରେ ସଫଳତାର କୃତକାର୍ଯ୍ୟ ହୋଇଥିବା ଦୃଷ୍ଟିବାଧିତ ଛାତ୍ରୀ ଲୀଜାରାଣୀ ପଲେଇ ପ୍ରମୁଖ ପ୍ରତ୍ୟେକଙ୍କୁ ୪ହଜାର ଟଙ୍କାର ଚେକ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଅନୁଷ୍ଠାନର ସଦସ୍ୟ ମହମ୍ମଦ ଜାହିଦ ଖାଁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶେଷଦେବ ଦାସ, ଶ୍ରୀଧର ମହାନ୍ତି, ମନୋରଞ୍ଜନ ତ୍ରିପାଠୀ, ଯଯାତୀ କେଶରୀ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ