ପୁନେରେ ଫଶିଥିବା ଶ୍ରମିକ ସମାଜସେବୀ ଡାକ୍ତର ଦେବାଶିଷ ମାରାଣ୍ଡିଙ୍କ ପ୍ରଚେଷ୍ଟାରେ ସହାୟତା ପାଇଲେ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ):ଓଡ଼ିଶା ରାଜ୍ୟର ମୟୂରଭଞ୍ଜ ,ସମ୍ବଲପୁର ଅନୁଗୁଳ,ଦେବଗଡ, ଝାରସୁଗଡା,ସୁନ୍ଦରଗଡ଼, ଭଦ୍ରକ ଓ ବରଗଡ଼ ଜିଲ୍ଲାରୁ ମୋଟ ୨୪ ଜଣ ଯୁବକ ମହାରାଷ୍ଟ୍ରର ପୁନେରେ ଥିବା “ରାଜନ ଜାପେ ଅଟୋକାଷ୍ଟ ପ୍ରା° ଲି ° “ନାମକ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ! କରୋନା ଯୋଗୁଁ ଲକଡାଉନ କଟକଣାରେ କମ୍ପାନୀ ବନ୍ଦ ହେବା ପରେ ଓଡ଼ିଆ ପ୍ରବାସୀଙ୍କ ଦୁଃଖ ବଢ଼ିବାରେ ଲାଗିଥିଲା ! ଲକଡ଼ାଉନରେ କମ୍ପାନୀ ସେମାନଙ୍କ ଦୁଃଖ ସୁଖ ବୁଝିବା ପରିବର୍ତେ ଏକ ମାସର ବକେୟା ଥିବା ଦରମା ମଧ୍ୟ ଦେଉନଥିଲେ ! ଚଳିବା ନେଇ ପଇସା ନଥିବା ବେଳେ ଘର ଭଡା ନ ଦେଲେ ଘରୁ ତଡିଦେବା ନେଇ ଘର ମାଲିକ ଧମକ ଦେଉଥିଲେ ! କମ୍ପାନୀକୁ ବାରମ୍ବାର ଗୁହାରି କରିବା ପରେ ମଧ୍ୟ ବକେୟା ଦରମା ନ ଦେବା ସହ ଖାଇବା ପିଇବାର ମଧ୍ୟ କୌଣସି ବନ୍ଦବସ୍ତ କରୁନଥିଲେ ! ପ୍ରଶାସନ ପକ୍ଷରୁ ମଧ୍ୟ କୌଣସି ସହାୟତା ମିଳୁନଥିଲା ! ଭାଙ୍ଗି ପଡିଥିବା ପ୍ରବାସୀ ଓଡ଼ିଆ ପରିଶେଷରେ ମୟୁରଭଂଜର ସଂଖ୍ୟା ଲଘୁ ନେତା ଏସକେ ସାମିମ ଓ ପୂର୍ବତନ ଏସଡ଼ିସି ଚେୟାରମେନ ଡ଼ଃ ଦେବାଶିଷ ମାରାଣ୍ଡିଙ୍କୁ ଫୋନ ଯୋଗେ ଯୋଗାଯୋଗ କରି ତାଙ୍କର ସହାୟତା ଲଡିଥିଲେ ! ଉଭୟ ନେତା ନୋଡାଲ ଅଫିସର IAS ରାଜେଶ ପ୍ରଭାକର ପାଟିଲଙ୍କୁ ଯୋଗାଯୋଗ କରି ଫସିଥିବା ଓଡ଼ିଆଙ୍କୁ ସହାୟତା ପ୍ରଦାନ କରିବା ନେଇ ଅବଗତ କରାଇଥିଲେ ! ଶ୍ରୀ ପାଟିଲ ମହାରାଷ୍ଟ୍ର ସରକାରଙ୍କୁ ଯୋଗାଯୋଗ କରିବା ପରେ ସାତାରା ଜିଲ୍ଲା ପ୍ରଶାସନ ପ୍ରବାସୀ ଓଡିଆଙ୍କୁ ସହାୟତା କରିଥିଲେ ! ସାତାରା ଜିଲ୍ଲାର ପୁନେ ତହସିଲଦାର ଖୋଦ ଓଡ଼ିଆ ପ୍ରବାସୀ ଙ୍କ ନିକଟକୁ ଯାଇ ସେମାନଙ୍କୁ କମ୍ପାନୀ ପକ୍ଷରୁ ବକେୟା ଦରମା ସହ ଲକ ଡାଉନ ସମୟରେ ମଧ୍ୟ ୩ ମାସର ଦରମା ଦିଆ କରାଇବା ନେଇ ପ୍ରତିଶୃତି ଦେଇଛନ୍ତି ! ଅନ୍ୟପଟେ ଘର ମାଲିକଙ୍କୁ ମଧ୍ୟ ଓଡ଼ିଆ ପ୍ରବାସୀଙ୍କୁ ୩ ମାସର ଭଡା ଛାଡ଼ କରିବା ନେଇ ତହସିଲଦାର ଆଦେଶ ଦେଇଛନ୍ତି ! ତେବେ ସଂଖ୍ୟାଲଘୁ ନେତା ଏସକେ ସାମିମ ଓ ଯୁବନେତା ଡ଼ଃ ଦେବାଶିଷ ମାରାଣ୍ଡିଙ୍କୁ ଯୋଗାଯୋଗ କରିବାର କେଇ ଘଣ୍ଟା ପରେ ସହାୟତା ପାଇବା ହେତୁ ସେମାନେ ଏକ ଭିଡିଓ ବାର୍ତା ମାଧ୍ୟମରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାଏକ , ନୋଡାଲ ଅଫିସର IAS ରାଜେଶ ପ୍ରଭାକର ପାଟିଲ ,ଡ଼ଃ ଦେବାଶିଷ ମାରାଣ୍ଡି ଓ ଏସକେ ସାମିମଙ୍କୁ ଧନ୍ୟବାଦ ଜଣାଇଛନ୍ତି !


