ପୁରରବା ତୀର୍ଥ ଓ ପଲ୍ଲୀ ଠାରେ ଦୋଳ ମେଳଣ ଅନୁଷ୍ଠିତ।

ନିମାପଡ଼ା, (ସନ୍ତୋଷ ଦାସ ): ନୟାହାଟ ନିକଟସ୍ଥ ନିଭରଣ ଗ୍ରାମର ପ୍ରାଚୀ ନଦୀ ର ପୁରରବା ତୀର୍ଥ ଓ ପଲ୍ଲୀଛକ ର ସତ୍ୟ ନାରାୟଣ ମନ୍ଦିର ସମ୍ମୁଖ ପଡ଼ିଆ ଠାରେ ବୁଧବାର ବିଳମ୍ବିତ ରାତିରେ ଦୋଳ ମେଳଣ ଅନୁଷ୍ଠିତ ହୋଇଥିଲା। ପ୍ରାଚୀ ନଦୀ ର ପୁରରବା ତୀର୍ଥ ଠାରେ ନୟାହାଟ ନରସିଂହପୁର ଗ୍ରାମ ର ମାଧବାନନ୍ଦ,ଯୋଗେଶ୍ୱରପୁର ର ଯୋଗେଶ୍ୱର, ନିଭରଣ ର ଗ୍ରାମେଶ୍ୱର, ରାଧାକାନ୍ତ, ରଘୁନାଥ, ମଦନମୋହନ,ଗୋପୀନାଥ ପ୍ରଭୃତି ୮ ଠାକୁର ସ୍ୱ ସ୍ୱ ସୁସଜ୍ଜିତ ବିମାନରେ ଯିବାପରେ ସେଠାରେ
ମେଳଣ ଅନୁଷ୍ଠିତ ହୋଇଥିଲା ବୋଲି କହିଛନ୍ତି ପ୍ରଭୂ ମାଧବାନନ୍ଦ ଙ୍କ ସେବକ ଚନ୍ଦ୍ର ଶେଖର ପାଢ଼ୀ। ସେହିପରି ନିକଟସ୍ଥ ପଲ୍ଲୀ ଛକ ର ସତ୍ୟନାରାୟଣ ମନ୍ଦିର ସମ୍ମୁଖସ୍ଥ
ପଡ଼ିଆ କୁ ଥାନପତି ବରୀମୁଣ୍ଡ ଗ୍ରାମ ର ବରେଶ୍ୱର, ବଉଲାଙ୍ଗ, କଣ୍ଟି, ଶିମିଳି, ଓଟର , ପଲ୍ଲୀ,ଦୂର୍ଗେଶ୍ଵର, ସୁନ୍ଦରା ପ୍ରଭୃତି ଗ୍ରାମ ର ରାଧା କୃଷ୍ଣ ସ୍ୱ ସ୍ୱ ସୁସଜ୍ଜିତ ବିମାନରେ ଆସିବା ପରେ ସେଠାରେ ମେଳଣ ଅନୁଷ୍ଠିତ ହୋଇଥିଲା। ବରୀମୁଣ୍ଡ ଗ୍ରାମ ର ନଟବର ପ୍ରଧାନ ଙ୍କ ତତ୍ୱାବଧାନ ରେ ଶାନ୍ତି ଶୃଙ୍ଖଳା ର ସହିତ ଦୋଳ ମେଳଣ ଅନୁଷ୍ଠିତ ହୋଇଥିବାବେଳେ ସ୍ଥାନୀୟ ନୟାହାଟ ଫାଣ୍ଡି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଉଭୟ ସ୍ଥାନ ରେ ଦୋଳ ମେଳଣ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ