ପୁରସ୍କାର ରାଶିକୁ ମୋ ସ୍କୁଲ ଅଭିଯାନକୁ ଦେଲେ ଶିକ୍ଷକ, ଶିକ୍ଷୟିତ୍ରୀ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ଟିଲୋ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସ୍କୁଲକୁ ମିଳିଥିବା ପୁରସ୍କାର ରାଶିକୁ ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ପ୍ରଦାନ କରିଥିବା ଜଣାଯାଇଛି । ପ୍ରକାଶ ଯେ, ଗତ ୨୦୧୯ ମାଟ୍ରିକ୍ ପରୀକ୍ଷାରେ ଟିଲୋ ସରକାରୀ ହାଇସ୍କୁଲର ପରୀକ୍ଷା ଫଳ ସମଗ୍ର ବ୍ଲକରେ ଭଲ ହୋଇଥିବା ବେଳେ ଏହି ସ୍କୁଲ ପ୍ରଥମ ସ୍ଥାନ ଅଧିକାର କରିଥିଲା । ଫଳରେ ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ଏହି ବିଦ୍ୟାଳୟକୁ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଥିଲା । ଏହି ଅର୍ଥକୁ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ବୈଠକରେ ଆଲୋଚନା କରି ମୋ ସ୍କୁଲ ଅଭିଯାନ ପାଣ୍ଠିକୁ ପ୍ରଦାନ କରିଥିବା ଜଣାଯାଇଛି । ଆୟୋଜିତ ବୈଠକରେ ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢୀ, ଶିକ୍ଷୟିତ୍ରୀ ବସୁନ୍ଧରା ଜେନା, ସାଗରିକା ପୁହାଣ, ନିଳିମା ମଞ୍ଜରୀ ରାଉତ, ଉଷାଲତା ମହାପାତ୍ର, ଗୌରୀବାଳା ପାତ୍ର, ଅଲିଭା ପଣ୍ଡା, ଶିକ୍ଷକ ଧନେଶ୍ୱର ଜେନା, କର୍ମଚାରୀ ପ୍ରଫୁଲ୍ଲ ବାରିକ, ସନ୍ତୋଷ କୁମାର ବେହେରା ଉପସ୍ଥିତ ଥିଲେ ।