ପୁରାତନ ଛାତ୍ରଙ୍କ ବନ୍ଧୁମିଳନ
ପୁରୀ, (ଯୁଗାବ୍ଦ ନ୍ୟୁଜ):ପୁରୀ ସହରର ପ୍ରାଚୀନ ବିଦ୍ୟାଳୟ ବିଶ୍ୱମ୍ବର ବିଦ୍ୟାପୀଠର ୧୯୬୪ ବ୍ୟାଚ୍ର ପୁରାତନ ଛାତ୍ରମାନଙ୍କର ଏକ ମିଳନୀ ଭୁବନେଶ୍ୱର ସ୍ୟାଣ୍ଟି ଟାୱାରସ୍ ହୋଟେଲ୍ରେ ଚଳିତ ୧୫ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ବନ୍ଧୁମିଳନରେ ବିଶିଷ୍ଟ ଶିକ୍ଷାବିଦ୍ ଶ୍ରୀ ସୁରେଶ ମିଶ୍ରଙ୍କର ଅଧ୍ୟକ୍ଷତାରେ ହୋଟେଲ୍ ଶିଳ୍ପର ଜଣାଶୁଣା ନାଁ ଶ୍ରୀ ଭାସ୍କର ପାତ୍ରଙ୍କର ସଂଯୋଜନାରେ ବହୁ ବିଶିଷ୍ଟ ଅବସର ପ୍ରାପ୍ତ ପ୍ରଶାସକ, ଶିକ୍ଷାବିଦ୍, ବ୍ୟାଙ୍କର ଓ ସେମାନଙ୍କର ସହଧର୍ମିଣୀଙ୍କ ସହ ଯୋଗଦେଇଥିଲେ । ଉପସ୍ଥିତ ଥିବା ବୁଦ୍ଧିଜୀବିମାନେ ଭବିଷ୍ୟତରେ ଅଧିକରୁ ଅଧିକ ସମାଜ କଲ୍ୟାଣ କାର୍ଯ୍ୟରେ ନିଜର ପ୍ରଚେଷ୍ଠା ଜାରି ରଖିବେ ବୋଲି ନିଷ୍ପତି ନେଇଥିଲେ ।