ପୁରାତନ ଛାତ୍ରଛାତ୍ରଙ୍କ ବଂଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଲକ ଅନ୍ତର୍ଗତ ତିରୁଣାସ୍ଥିତ ଗୋପବନ୍ଧୁ ସ୍ମାରକୀ ସରକାରୀ ବିଦ୍ୟାଳୟରେ ୨୦୧୨ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନଙ୍କର ବନ୍ଧୁ ମିଳନ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଂଶୀଧର ଦାସଙ୍କ ପୌରୋହିତ୍ୟରେ ଆୟୋଜନ କରାଯାଇଥିଲା । ଏଥିରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପୁହାଣ, ଶିକ୍ଷକ ନିରଂଜନ ମହାନ୍ତି, ସୁଧିର ବିଶ୍ୱାଳ, ଚିତରଂଜନ ପରିଡା, ରଂଜିତା ସ୍ୱାଇଁ, କାର୍ତିକ ଚନ୍ଦ୍ର ବେହୁରା ପ୍ରମୂଖ ଯୋଗ ଦେଇ ବନ୍ଧୁମିଳନ ଉପରେ ଗୁରୁତ୍ୱାରୋପ କରିବା ସହିତ ବିଦ୍ୟାଳୟର ଉନ୍ନତିକରଣ ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଚିନ କୁମାର ବେହୁରା,ଶକ୍ତି ପ୍ରସାଦ ପୁହାଣ,ପୂର୍ଣ୍ଣଚନ୍ଦ୍ର ହୋତା,ସୁଧାଂଶୁ ଶେଖର ଜେନା,ଦୀପକ ସ୍ୱାଇଁ, ବିଶ୍ୱଜିତ ସ୍ୱାଇଁ,ଚିଂଟୁ ମହାରଣା, ରାଜେନ୍ଦ୍ର ଜେନା, କ୍ରିଷ୍ଣାକାନ୍ତ ଜେନାଙ୍କ ସମେତ ଅନ୍ୟ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ । ସେହିପରି ଗାରୋଇସ୍ଥିତ ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ୨୦୧୧ ବ୍ୟାଚର ପୁରାତନ ଛାତ୍ରଛାତ୍ରଙ୍କ ବଂଧୁମିଳନ ଓ ଗୁରୁପୂଜନ କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷକ ହଟକିଶୋର ବିଶ୍ୱାଳ, ସୁକାନ୍ତ କୁମାର ଲେଙ୍କା, ରବିନ୍ଦ୍ରନାଥ ସ୍ୱାଇଁ, ପବିତ୍ର ଜେନା ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ପୁରାତନ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ଗୁରୁପୂଜନ କାର୍ଯ୍ୟକ୍ରମ କରାଯିବା ସହିତ ବିଦ୍ୟାଳୟର ଉନ୍ନତି ପାଇଁ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମର ମୂଖ୍ୟ ଆୟୋଜକ ଭାବେ ପୁରାତନ ଛାତ୍ର ଅସିତ କୁମାର ସ୍ୱାଇଁ ରହିଥିବା ବେଳେ ଚନ୍ଦନ ସାହୁ,ଦିପକ କୁମାର ପରିଡା,ବିଶ୍ୱଜିତ ଦାସ,ରଶ୍ମୀ ରଂଜନ ବିଶ୍ୱାଳଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।