ପୁରାତନ ଛାତ୍ରଛାତ୍ରୀଙ୍କ ମହାବନ୍ଧୁମିଳନ

ନାଉଗାଁ,(ପ୍ରଦୋଶ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଙ୍ଗେଶ୍ୱପଡା ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ମହାବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମାଜର ବିଭିନ୍ନ ସ୍ତରରେ ଉଚ୍ଚ ପ୍ରତିଷ୍ଠା ଲାଭ କରିଥିବା ବହୁ ପୁରାତନ ଛାତ୍ରମାନେ ଏକତ୍ରିତ ହୋଇଥିଲେ । ଏଥିରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ କର୍ମଯୋଗୀ ଭଗବାନ ଦାସ କିପରି ଛାତ୍ରମାନଙ୍କୁ ଭଲ ମଣିଷ ରୂପେ ଗଢି ତୋଳିବା ପାଇଁ ନିଜକୁ ସମର୍ପିତ କରି ମଣିଷ ତିଆରି ସନ୍ଥ ସାଜିଥିଲେ । ତାହାର ସ୍ମୃତି ସାଉଁଟି ଥିଲେ । ତାଙ୍କ ଭଳି ସତ୍ୟ, ଚରିତ୍ର ଓ ଜ୍ଞାନର ବ୍ରତ ଶିକ୍ଷକଙ୍କ ଯୋଗୁଁ ସେମାନେ ଆଜି ଦେଶ ବିଦେଶରେ ନିଜର ସ୍ୱାତନ୍ତ୍ରତା ପ୍ରତିପାଦନ କରି ଉଚ୍ଚ ସମ୍ମାନର ଅଧିକାରୀ ହୋଇପାରିଛନ୍ତି ବୋଲି ହୃଦୟ ଖୋଲା ଅନୁଭୁତି ବଖାଣିଥିଲେ । ଶେଷରେ ଏହି ଆଦର୍ଶ ଗୁରୁଙ୍କ ଜୀବନାଦର୍ଶ ପତ୍ରିକା ତାଙ୍କ ଶ୍ରାଦ୍ଧବାର୍ଷିକୀରେ ପ୍ରକାଶିତ ହେବା ପାଇଁ ପ୍ରସ୍ତାବଗୃହୀତ ହୋଇଥିଲା ।ଏହି କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ତଥା ବୈଜ୍ଞାନିକ କାର୍ତିକ ଚନ୍ଦ୍ର ସାଇଁ,ପ୍ରଫେସର ଲଳିତ କୁମାର ଲେଙ୍କା, ବରିଷ୍ଟ ଆଲମୁନି ସଦସ୍ୟ ରବିନ୍ଦ୍ର କୁମାର ଓଝା, ଜୟନ୍ତ କୁମାର ବିଶ୍ୱାଳ, ନକୁଳ ଚରଣ ସ୍ୱାଇଁ, ରବିନ୍ଦ୍ର କୁମାର ସ୍ୱାଇଁ, ଭାସ୍କର ତରାଇ,ଦୁଷ୍ମନ୍ତ ସ୍ୱାଇଁଙ୍କ ସମେତ ଅନ୍ୟ ପୁରାତନ ଛାତ୍ରମାନେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ