ପୁରାତନ ଛାତ୍ରମାନଙ୍କ ଦ୍ୱାରା ବାରୁଣୀମେଳାରେ ଜଳଛତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପ୍ରସିଦ୍ଧ ଇନ୍ଦୁପୁର ବାରୁଣୀ ମେଳା ଉଦଯାପିତ ହୋଇଯାଇଛି । ଏହି ମେଳାକୁ ସୂଚାରୁ ରୂପେ ପରିଚାଳନା ପାଇଁ ବିଭିନ୍ନ ସଂସ୍ଥା ଓ ସ୍ୱେଛାସେବୀ ଅନୁଷ୍ଠାନମାନ ବିଭିନ୍ନ ପ୍ରକାର ଦାୟୀତ୍ୱ ଖାଦ୍ୟ, ପାନୀୟ, ରାସ୍ତାଘାଟ, ପ୍ରତିଦିନ ସଫାସୁତୁରା ଓ ଲୋକଙ୍କ ଗହଳିରେ ଅସାମାଜିକ ବ୍ୟକ୍ତିମାନଙ୍କ ଠାରୁ ଶ୍ରଦ୍ଧାଳୁଙ୍କୁ ରକ୍ଷା କରିବା ପାଇଁ ହାତ ବଢାଇଥିଲେ । ଏହି କ୍ରମରେ ଇନ୍ଦୁପୁର ହାଇସ୍କୁଲର ପୁରାତନ ୧୯୯୯ବ୍ୟାଚର ଛାତ୍ରଛାତ୍ରୀଙ୍କ ଦ୍ୱାରା ବାରୁଣୀ ପଡିଆରେ ଏକ ଜଳଛତ୍ର ପ୍ରତିଷ୍ଠା କରି ଦୀର୍ଘ ସାତଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କର ତୃଷ୍ଣା ମେଣ୍ଟାଇବାର ଏକ ଛୋଟ ପ୍ରୟାସ କରିଥିଲେ । ଏହି ଜଳଛତ୍ର ଶିବିରକୁ ପୂର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନାଙ୍କ ଦ୍ୱାରା ଉଦଘାଟିତ ହୋଇଥିବାବେଳେ ଶିବିରକୁ ପୁରାତନ ଛାତ୍ର ସୈାରଭ ମହାନ୍ତି, ଦିପ୍ତିରାଣୀ, ହେମନ୍ତ ସେଠୀ, ମଧୁସ୍ମିତା ବିହାରୀ, ସୁଶାନ୍ତ ସ୍ୱାଇଁ, ରତ୍ନାକର ରାଉତ, ପ୍ରିୟବ୍ରତ ପତି, ଅଭୟ, ସୁବ୍ରତ, ନିକୁଞ୍ଜ, ଦିଲ୍ଲିପ, ପ୍ରକାଶ, ପ୍ରମୋଦ, ସୁବାଷ, ନମିତା, ସାଇ ପ୍ରକାଶ ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ