ପୁରାତନ ଛାତ୍ର ସଂଗଠନ ତରଫରୁ ସ୍ଵର୍ଗତ ଅଧ୍ୟକ୍ଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳନ

ଗାଙ୍ଗପୁର/ବେଲଗୁଣ୍ଠI, (ଶିବରାମ ଚୌଧୁରୀ):କାର୍ଗିଲ ବିଜୟ ଦିବସ ଅବସରରେ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟର ଦିବଂଗତ ଅଧ୍ୟକ୍ଷ ଅମୂଲ୍ୟ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ପାଳିତ ହୋଇଯାଇଛି I ଗତ ବର୍ଷ ଆଜିର ଦିନରେ ମହାବିଦ୍ୟାଳୟର ସ୍ଵନକ୍ଷତ୍ର ଦିବସ ପାଳନ ଉତ୍ସବ ପରେ ଅଧ୍ୟକ୍ଷ ଅମୂଲ୍ୟ ଦାସ ନିଜ କର୍ମ ଭୂମିରେ ଇହଲୀଳା ସମ୍ବରଣ କରିଥିଲେ I ନିଜର ପ୍ରିୟ ଅଧ୍ୟକ୍ଷଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀକୁ ଆଡ଼ମ୍ବର ସହକାରେ ପାଳିବା ସହ ପ୍ରତିମୂର୍ତ୍ତି ଉନ୍ମୋଚନ ପାଇଁ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂଗଠନ ପ୍ରସ୍ତୁତି ସାରିଥିବା ବେଳେ ମହାମାରୀ କରୋନାର ଭୟାବହତା ଏବଂ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମକୁ ସ୍ଥଗିତ ରଖି ନିରାଡ଼ମ୍ବର ଭାବରେ ପୁରାତନ ଛାତ୍ର ସଂଗଠନ ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ I ଆଜି ପ୍ରାତଃ ସମୟରେ ସଂଗଠନ ଉପସଭାପତି ପ୍ରହଲ୍ଲାଦ ଲେଙ୍କାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ପାଦକ ଦିବ୍ୟ ଲୋଚନ ବିଶ୍ଵାଳ, କୋଷାଧ୍ୟକ୍ଷ ରାମ ଚନ୍ଦ୍ର ମହାନ୍ତି, ଅନ୍ୟତମ ଉପସଭାପତି ଶିଶିର କୁମାର ସ୍ଵାଇଁ, ଦୁଇ ସହ ସମ୍ପାଦକ ସ୍ୱସ୍ତୀ ସୁନ୍ଦର ସିୟ ଏବଂ ଚିନ୍ମୟ ପୋଲାଇ, ସକ୍ରିୟ ସଦସ୍ୟ ଅରୁଣ କୁମାର ସେଠୀ, ସୁରେନ୍ଦ୍ର କୁମାର ଦାସ ଏବଂ ମହାବିଦ୍ୟାଳୟର କିଛି କର୍ମଚାରୀ ଉପସ୍ଥିତ ରହି ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ସ୍ଵର୍ଗତ ଦାସଙ୍କୁ ଭଲ ପାଉଥିବା ପ୍ରତ୍ୟେକ ବ୍ୟକ୍ତି ଆଜିର ଦିନରେ ବୃକ୍ଷରୋପଣ କରି ସ୍ଵର୍ଗତ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ପାଇଁ ଆହ୍ଵାନ ଦେଇଥିଲେ Iସେହିପରି ଗୋବରା ସ୍ଥିତ ବିଶ୍ଵ ଭାରତୀ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଅମୂଲ୍ୟ ଭାଇ ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଅନୁଷ୍ଠାନ ଅଧ୍ୟକ୍ଷ କୁଞ୍ଜ ବିହାରୀ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା, ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ,ଆସ୍କା ସଂlସଦ ପ୍ରତିନିଧି ପ୍ରଶାନ୍ତ କୁମାର ନାୟକ, ବେଲଗୁଣ୍ଠI ପ୍ରେସ୍ କ୍ଲବ ସଭାପତି ପ୍ରଦ୍ୟୂମ୍ନ ପାତ୍ର, ଆଞ୍ଚଳିକ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ସାମଲ, ମାମା ପରିଡ଼ା, କମିଟି ସଦସ୍ୟ ଗୌର ହରି ପରିଡ଼ା, ସୁରେନ୍ଦ୍ର କୁମାର ଦାସ, ରାମ ଚନ୍ଦ୍ର ମହାନ୍ତି, ବିଭୁପାଦ ଜେନା, ଡକ୍ଟର ରତ୍ନ ସାଗର ମଳିକ, କ୍ଷତ୍ରିୟବରପୁର ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ଼, ଚିନ୍ମୟ ପୋଲାଇ, ଶିଶିର କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇଥିଲେ Iସେହିପରି ସ୍ଵର୍ଗତ ଦାସଙ୍କ ଗ୍ରାମ ବିରିପୁର ଠାରେ ଗ୍ରାମବାସୀଙ୍କ ତରଫରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଗ୍ରାମର ନଦୀ ହିଡରେ ବୃକ୍ଷରୋପଣ କରାଯାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ