ପୁରାତନ ଛାତ୍ର ସଂସଦର କାର୍ଯ୍ୟନିର୍ବାହୀ କମିଟି ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଏସ୍‌କେସିଜି ଅଟୋନମସ କଲେଜର ପୁରାତନ ଛାତ୍ର ସଂସଦର କାର୍ଯ୍ୟନିର୍ବାହୀ କମିଟି ବୈଠକ ଆଜି କଲେଜର ଆର୍ଟସ ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । କମିଟିର ଡ. ଶଙ୍କର ପ୍ରସାଦ ବକ୍ସିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ଉପସଭାନେତ୍ରୀ ଆଶାଲତା ପାଣିଗ୍ରାହୀ ଏବଂ ସମ୍ପାଦକ ନାସିର ବେଗ ପ୍ରମୁଖ ମଞ୍ଚାସିନଥିଲେ । ବୈଠକରେ ମୁଖ୍ୟତଃ କଲେଜ ପରିସରରେ ଥିବା କଲେଜର ପୁରାତନ ଛାତ୍ର ସଂସଦର ଅତିଥିଭବନ ଓ ଆଗାମୀ ଜେନେରାଲ ବଡି ମିଟିଙ୍ଗ ସମେତ “ମୋ କଲେଜ ଅଭିଯାନ”ଆଲୁମିନି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଅନ୍ୟପକ୍ଷରେ ବିଭିନ୍ନ ବିଷୟ ସମ୍ପ୍ରକରେ ଆଲୋଚନା ଏବଂ ପୁରାତନ ଛାତ୍ର ସଂସଦର ଅତିଥିଭବନ ସମ୍ପର୍କରେ ଆଲୋଚନା କରି ସମାଧାନ ପନ୍ଥା ବାହାର କରିବା ପାଇଁ ପୁରାତନ ଛାତ୍ର ସଂସଦର ଏକ ପ୍ରତିନିଧି ଦଳ ସମ୍ପୃକ୍ତ କଲେଜ ଅଧ୍ୟକ୍ଷଙ୍କ ସହ ସାକ୍ଷାତ ଆଲୋଚନା କରିବାପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୁରାତନ ଛାତ୍ର ସଂସଦର ଦେବାଶିଷ ପାଢୀ, ରୂପେଶ ସାହୁ, ଗଜେନ୍ଦ୍ର ପଣ୍ଡା, ବସନ୍ତ ପଣ୍ଡା, ଅମୂଲ୍ୟ ପାଣିଗ୍ରାହୀ, କଳ୍ପନା ପଟ୍ଟନାୟକ, ସନ୍ତୋସିନୀ ପାଢୀ, ହରିମୋହନ ପଟ୍ଟନାୟକ, ଶରତ ପାତ୍ର, ପାଣ୍ଟଲା ପ୍ରସାଦ ରାଓ, ଗଣେଶ ରାଜୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ବିଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ