ପୁରାତନ ଛାତ୍ର ସଂସଦର ଗୁରୁ ସମ୍ବର୍ଦ୍ଧନା ଓ ବନ୍ଧୁମିଳନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା) -ପାରଳା ମହାରାଜା ଉଚ୍ଚ ବାଳକ ବିଦ୍ୟାଳୟ ପରିଶରରେ ଆଜି ରବିବାର ପୁରାତନ ଛାତ୍ର ସଂସଦ ପକ୍ଷରୁ ଏକ ବନ୍ଧୁମିଳନ ଓ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ପୁରାତନ ଛାତ୍ର ସଂସଦ ସଭାପତି ବସନ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟରେ ମହାରାଜାଙ୍କ ଦ୍ୱାରା ସ୍ଥାପିତ ପୁରାତନ ଘଣ୍ଟାର ସ୍ଥାନରେ ନବିକରଣ ଘଣ୍ଟାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ରଶେଖର ସାହୁ ଯୋଗ ଦେଇ କହିଥିଲେ ଯେ,ଏହା ଏକ ବିଶେଷ ଅନୁଭୁତି ଏପରି କାର୍ଯ୍ୟକ୍ରମ ଦ୍ୱାରା ପୁରୁଣା ସ୍ମୃତି ଜାଗରଣ ହୋଇଥାଏ । ସମ୍ମାନିତ ଅତିଥିଭାବେ ଗଜପତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସାରା ଶର୍ମା,ପାରଳା ବିଧାୟକ କେ,ନାରାୟଣ ରାଓ,ପାରଳା ରାଜଜେମା ସୁଶ୍ରୀ କଲ୍ୟାଣୀ ଗଜପତି ଯୋଗ ଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ କହିଥିଲେ ଯେ,ଏହିପରି କାର୍ଯକ୍ରମ ଦ୍ୱାରା ବହୁ ପୁରାତନ ସ୍ମୃତିକୁ ପୁଣି ମନେପକାଇବା ଓ ପୁରାତନ ବନ୍ଧୁ ମାନଙ୍କୁ ଭେଟି ବାତ୍ତ ।ଳାପ କରିବା ପାଇଁ ସୁଯୋଗ ସୃଷ୍ଟି କରିଥାଏ । ଏପରି କାର୍ଯ୍ୟକ୍ରମ ନିହାତି ପ୍ରତି ବର୍ଷ କରିବା ଆବଶ୍ୟକ । ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ ଅବସରପ୍ରାପ୍ତ ବୟୋଜେଷ୍ଠ ଶିକ୍ଷକ ଓ ଶିକ୍ଷ୍ୟତ୍ରୀ ମାନଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଉତ୍ସବରେ ପୁରାତନ ଛାତ୍ର ସଂସଦର ସମ୍ପାଦକ ପ୍ରଦୀପ କୁମାର ନାୟକ ସମ୍ପାଦକ ବିବରଣୀ ପ୍ରଦାନ କରିଥିବା ବେଳେ ନୃସିଂହ ଚରଣ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ