ପୁରାତନ ଛାତ୍ର ସଂସଦର ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠଶ୍ୱର ବିଦ୍ୟାପୀଠର ପୁରାତନ ଛାତ୍ର ସଂସଦର ବାର୍ଷିକ ସମ୍ବର୍ଦ୍ଧନା ଉତ୍ସବ ସଭାପତି ଗଦାଧର ରାଉଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଅଧୀକ୍ଷଣ ଯନ୍ତ୍ରୀ ପଦବୀକୁ ପଦୋନ୍ନତି ପାଇଥିବା ଇଂ ବିପ୍ରଚରଣ ପ୍ରଧାନ ଓ ସହକାରୀ ନିର୍ବାହୀ ଯନ୍ତ୍ରୀକୁ ପଦୋନ୍ନତି ପାଇଥିବା ଇଂ କୈଳାସ ଚନ୍ଦ୍ର ବେହେରା ପୁରାତନ ଛାତ୍ର ଦ୍ୱୟଙ୍କୁ ସଂସଦ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ସଂସଦର ସଂପାଦକ ତଥା ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା ସଂସଦର ବିବରଣୀ ପ୍ରଦାନ କରି ଆଭିମୁଖ୍ୟ ସଂପର୍କରେ ଉଦ୍ବୋଧନ ଦେଇଥିଲେ । ସଂସଦର ଉପଦେଷ୍ଟା ଲକ୍ଷ୍ମୀନାରାୟଣ ଶତପଥୀ. ପୁରାତନ ଛାତ୍ର ଜଟେଶ୍ୱର ପ୍ରଧାନ, ଧୃବଚରଣ ସେଠୀ, ବାସୁଦେବ ନାହାକ, ସୂର୍ଯ୍ୟନାରାୟଣ ବିଷୋୟୀ, ପଦ୍ମନାଭ ମହାରଣା ପ୍ରମୁଖ ଉଦ୍ବୋଧନ ଦେଇଥିଲେ । ପୂର୍ବତନ ବ୍ଲକ ଅଧ୍ୟକ୍ଷ ବି.ସୁଦାମ, ପୂର୍ବତନ ସରପଞ୍ଚ ପ୍ରକାଶ ଚନ୍ଦ୍ର ବିଷୋୟୀ, ଉମାଚରଣ ବିଷୋୟୀ, ଅନୀଲ ବିଷୋୟୀ, ସୁରେଶ ମହାନ୍ତି, ରାମହରୀ ମହାନ୍ତି, ଚନ୍ଦ୍ର ଶେଖର ଦାଶ ପ୍ରମୁଖ କାର୍ଯ୍ୟକ୍ରମରେ ସଂଯୋଜନା ଓ ପରିଚାଳନାରେ ସହଯୋଗ କରିଥିଲେ । ଆଗାମୀ ୨୦୨୧ ଜୁନ୍ ମାସରେ ବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ କରିବା ପାଇଁ ସର୍ବସମ୍ମତି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।


