ପୁରାତନ ଜଳାଶୟର ପଙ୍କୋଦ୍ଧାର ଓ ସୌନ୍ଦର୍ଯ୍ୟକରଣ ଆବଶ୍ୟକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଚନ୍ଦ୍ରଶେଖରପୁର, ଲୁମ୍ବିନୀ ବିହାର ସ୍ଥିତ ସର୍ବ ପୁରାତନ ଜଳାଶୟ ହେଉଛି ଏକ ମାତ୍ର ଶୁଦ୍ଧ ଜଳଉତ୍ସ ଏବଂ ପୁରାତନ ଜଳ ନିସ୍କାସନ ପଥ ତଥା ବର୍ତ୍ତମାନର ଡ୍ରେନ୍ ନଂ-୧ର ଜିରୋ ପଏଣ୍ଟ । ଭୁବନେଶ୍ୱର ମହାନଗର ନିଗମର ୧୪ନଂ ୱାର୍ଡ ଅନ୍ତର୍ଗତ ପ୍ରୋଜେକ୍ଟ ୱାଟର ଜଳାଶୟ ଆବାହମାନ କାଳରୁ କନିଅର ଖଟି ଜଳଭଣ୍ଡାର ଭାବେ ରହିଆସିଥିବା ବେଳେ, ଏହାର ଆଖପାଖରେ ଥିବା ଗାଡକଣ, ନୂଆପଲ୍ଲୀ, ପଟିଆ, ଡମଣା ପ୍ରଭୃତି ଅଞ୍ଚଳବାସୀଙ୍କ ଜମି ମାନଙ୍କର ଏହି ଜଳାଶୟରୁ ପାଣି ବ୍ୟବହାର କରି ଚାଷବାସ କରୁଥିଲେ । ସମୟ କ୍ରମେ ଭୁବନେଶ୍ୱର ସହରର ବ୍ୟାପକ ଉନ୍ନତି କରଣ ହୋଇଛି, ମାତ୍ର କନିଅରଖଟି ଜଳଭଣ୍ଡାର ତା\’ର ଅସ୍ଥିତ୍ୱ ହରାଇଲା । ନବେ ଦଶକରେ ଇଷ୍ଟକୋଷ୍ଟର ଦୂଷିତ ସ୍ୱରେଜ ପାଣି ଏହି ଜଳ ଭଣ୍ଡାରକୁ ଛାଡି ଦିଆଗଲା । ତେଣୁ ଜଳଭଣ୍ଡାରଟି ନଷ୍ଟଭ୍ରଷ୍ଟ ହୋଇଗଲା । ୨୦୦୩-୦୪ ମସିହାରେ ସ୍ଥାନୀୟ ସ୍ୱେଚ୍ଛାସେବୀ କେଶବ ରଣାଙ୍କ ନେତୃତ୍ୱରେ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ କ୍ରମେ ଏହି ଜଳଭଣ୍ଡାର ସୁରକ୍ଷା ଏବଂ ଉନ୍ନୟନ କାର୍ଯ୍ୟ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ରଖି ‘ସୁରକ୍ଷା\’ ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ ଗଠନ କରାଯାଇ ଏକ୍ସଆଇଏମବିଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ସୋସାଇଟି ରେଜିଷ୍ଟେସନ ଆକ୍ଟ ୧୮୬୦ଧାରା ଅନୁଯାୟୀ ପିକରଣ କରାଯାଇଛି । ‘ସୁରକ୍ଷା’ ନେତୃତ୍ୱରେ ଏବଂ ଅଞ୍ଚଳବାସୀଙ୍କ ସହାୟତାରେ ଏକ୍ସଆଇଏମ୍‌ବି ମାଧ୍ୟମରେ ଏହି ଜଳଭଣ୍ଡାରର ପୁନଃରୁଦ୍ଧାର କରିବାପାଇଁ ଦୃଢ଼ ଦାବି ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା, ଏବଂ ଏହା ସରକାରଙ୍କ ଦ୍ୱାରା ଗୃହୀତ ହୋଇ ଏହି ଜଳଭଣ୍ଡାରକୁ ପ୍ରୋଜେକ୍ଟ ୱାଟର ପରିସରଭୁକ୍ତ କରି ଦୂଷିତ ଜଳକୁ ଏକ ସ୍ୱତନ୍ତ୍ର ଡ୍ରେନ୍ ମାଧ୍ୟମରେ ଛଡାଯିବାର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଛଅ ଏକର ପରିମିତ ଜାଗାରେ ବୈଜ୍ଞାନିକ ପ୍ରଣାଳୀରେ ୪ଗୋଟି ଜଳାଶୟରେ ପରିଣତ କରାଯାଇଛି । ଯାହାକି ସ୍ଥାନୀୟ ଅଞ୍ଚଳର ଭୂତଳ ଜଳ କ୍ଷମତା ବୃଦ୍ଧିରେ ସହାୟକ ହୋଇଛି । ଉପରୋକ୍ତ ଜଳଭଣ୍ଡାରଟିର ପୁନଃରୁଦ୍ଧାର କାର୍ଯ୍ୟ ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା କରାଯିବା ସହିତ ଆରମ୍ଭରୁ ଆଜିଯାଏ, ଏହାର ସୁରକ୍ଷା ଏବଂ ଉନ୍ନତି କରଣରେ ନିଜକୁ ସାମିଲ କରିଆସୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’କୁ ବିଏମ୍‌ସି ଅଂଶୀଦାର ଭାବେ ଗ୍ରହଣ କରି ଏସିଆ ମହାଦେଶର ବୃହତମ ଆବାସିକ ଜନବସତି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ଐତିହାସିକ ଜଳାଶୟ ଗୁଡିକର ପଙ୍କଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହାତକୁ ନେବା ପାଇଁ ଅଞ୍ଚଳବାସୀ ଓ ‘ସୁରକ୍ଷା’ ପକ୍ଷରୁ ବି.ଏମ୍‌.ସିକୁ ଅନୁରୋଧ କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ