ପୁରାତନ ବସତି ଗୁଡ଼ିକୁ ରାଜସ୍ବ ଗ୍ରାମ ପାଇଁ ଗ୍ରାମ ସଭା

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ୍ ଅନ୍ତର୍ଗତ କଅଁଳେଇ ବାଲିପାଳ ଗ୍ରାମ ପଞ୍ଚାୟତ ର ମଲିପସି ଠାରେ ଏକ ମିଳିତ ଗ୍ରାମସଭା ବୈଠକ ଆଜି ଆର ସି ଡ଼ି ସି ଅନୁଷ୍ଠାନ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ହାଟଡିହି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ସେଠୀ ପୌରହିତ୍ୟ କରିଥିବା ବେଳେ କେନ୍ଦୁଝର ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ମୟୂରଭଞ୍ଜ ଜିଲ୍ଲାର ଜିଲ୍ଲା ପରିଷଦର ଉପାଧକ୍ଷ ଶ୍ରୀବିପିନ ସିଂ ବଦ୍ରା ପ୍ରମୁଖ ଯୋଗଦେଇଥିଲେ। ଆର ସି ଡ଼ି ସି ଅନୁଷ୍ଠାନର କାର୍ଯକ୍ରମ ଅଧିକାରୀ ଆନନ୍ଦ ସେଠୀ ଆୟୋଜିତ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଜଙ୍ଗଲ ଅଧିକାର ଆଇନ ୨୦୦୬ ରେ କିପରି ୧୩ ପ୍ରକାରର ଉନ୍ନୟନ କାମ ହୋଇପାରିବ ତାହା ଉପରେ ବ୍ଲକ ଅଧକ୍ଷା ଓ ଦୁଇ ଜିଲ୍ଲା ର ଉପାଧକ୍ଷ ଙ୍କ ଦୃଷ୍ଟି ଗୋଚର କରିଥିଲେ,ମଲିପସି ଓ ସରମୁଣ୍ଡି ଉଭୟ ଗ୍ରାମର ଗ୍ରାମବାସୀଙ୍କ ଉଦ୍ୟମ ରେ ମୟୁରନଚା, ଭନରା, କଅଁଳେଇ ବାଲିପାଳ ଗ୍ରାମ ର ଲୋକେ ପୁରାତନ ବସତି ଗୁଡ଼ିକୁ ରାଜସ୍ବ ଗ୍ରାମ ପାଇଁ ଦାବି ଦରଖାସ୍ତ ପ୍ରସ୍ତୁତି କରିଥିଲେ,କେନ୍ଦୁଝର ଓ ମୟୂରଭଞ୍ଜ ଦୁଇ ଜିଲ୍ଲାର ଜିଲ୍ଲା ପରିଷଦ ର ଉପାଧକ୍ଷ ଶ୍ରୀ ସୋମନାଥ ଦାସ ଓ ଶ୍ରୀବିପିନ ସିଂ ବଦ୍ରା ଯୋଗ ଦେଇ ବଉଳା ନାଲ ଉପରେ ହେବାକୁ ଥିବା ପୋଲ କୁ କେନ୍ଦୁଝର ଖଣି ପାଣ୍ଠି ଅର୍ଥ କିପରି ଶୀଘ୍ର କରାଯାଇ ପାରିବ ସେଥି ପାଇଁ ଚର୍ଚ୍ଚା କରିଥିଲେ, ଆସନ୍ତା କାଲି ମୟୂରଭଞ୍ଜ ଜିଲ୍ଲା ପରିଷଦ ବୈଠକ ରେ ପୋଲ ନିର୍ମାଣ ପାଇଁ ଦାବି କୁ ମୟୂରଭଞ୍ଜ ଉପାଧକ୍ଷ ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ,ଉପଧକ୍ଷ ଶ୍ରୀ ସୋମନାଥ ଦାସ ନିଜ ବକ୍ତଵ୍ୟରେ ଏହି ଅଞ୍ଚଳ ର ଆଗାମୀ ଯୋଜନା ଓ ବି.ଏସ.ଏନ.ଏଲ ନେଟୱର୍କ କିପରି ଅଞ୍ଚଳବାସୀ ପାଇପାରିବେ ସେ ଉଦ୍ଦେଶ୍ୟରେ ମତ ପ୍ରକାଶ କରିଥିଲେ ।ପୋଲ ନିର୍ମାଣ ପାଇଁ ଉଭୟ ଜିଲ୍ଲା ର ଉପାଧକ୍ଷ ମାନେ ଗ୍ରାମ ଠାକୁରମୁଣ୍ଡା ବ୍ଲକ ବଉଳା ଓ ହାଟଡିହି ବ୍ଲକ୍ ମଲିପସି ଗ୍ରାମ ବାସୀଙ୍କ ସହ କ୍ଷେତ୍ର ପରିଦର୍ଶନ କରିଥିଲେ,ଆଜିର ମିଳିତ ବୈଠକ ରେ ବିଭିନ୍ନ ଗ୍ରାମ ବାସୀଙ୍କ ସହ ମତ୍ ବିନିମୟ କରି ବିଶେଷ କରି ମହିଳା ମାନଙ୍କ ଠାରୁ ପୁରାତନ ବସତି କୁ ରାଜସ୍ବ ଗ୍ରାମ ଓ ବିଭିନ୍ନ ସରକାରୀ ଯୋଜନା ଏହି ଅଞ୍ଚଳ ରେ ଠିକ୍ ଭାବେ କାର୍ଯକାରୀ ହୋଇ ନଥିବାରୁ ଅଧ୍ୟକ୍ଷା ଦୁଃଖ ପ୍ରକାଶ କରିଥିଲେ । ବ୍ଲକ୍ ଅଧକ୍ଷା ପରବର୍ତ୍ତୀ ସମୟରେ ଏହି ଅଞ୍ଚଳ ର ସମସ୍ୟା ଗୁଡ଼ିକୁ କିପରି ସମାଧାନ କରିହେବ ସେଥିପାଇଁ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ଅନ୍ୟ କର୍ମଚାରୀ ଙ୍କୁ ଆଣି ଏହି ସ୍ଥାନରେ ଦୂର କରିବେ ବୋଲି ବକ୍ତବ୍ୟ ରଖିଥିଲେ, ଉକ୍ତ ବୈଠକ ରେ ଠାକୁରମୁଣ୍ଡା ବ୍ଲକ୍ ଭାଲିଆଡାଳ ଦଲ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ବାମିଆ ବାନରା ଯୋଗ ଦେଇ ଉଭୟ ଜିଲ୍ଲା ର ଲୋକେ କିପରି ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛନ୍ତି ତାହା ଦର୍ଶାଇଥିଲେ । କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାର ର ସୀମାନ୍ତ ରେ ଥିବା ଉଭୟ ଗ୍ରାମ ଗୁଡିକରେ ସ୍ଥାନୀୟ ସମସ୍ୟା କୁ ଦୂର କରିବା ପାଇଁ ବିଭିନ୍ନ ଗ୍ରାମ ର ଲୋକେ ଲୋକପ୍ରତିନିଧି ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରମୁଣ୍ଡି ର ୱାର୍ଡ ସଭ୍ୟ ତ୍ରିଲୋଚନ ବିଣିଶିଆ ଓ ମଲିପସି ର ଇନ୍ଦୁମତି ନାୟକ ନିଜ ଅଞ୍ଚଳ ର ସମସ୍ୟାକୁ ଉପସ୍ଥାପନ କରିଥିଲେ। ସର୍ବ ଶେଷରେ କାହ୍ନା କସୀମାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯକ୍ରମ ରେ ସର୍ବ ଶ୍ରୀ ବୁଧିରାମ ପୂର୍ତ୍ତି ,ଶୁରତି ପ୍ରଧାନ ଗୋପବନ୍ଧୁ ବିନିସିଆ, ବିରସିଂ କାଣ୍ଡିୟାମ ପ୍ରମୁଖ ସହଯୋଗ କରିଥିଲେ,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ