ପୁରୀରୁ ଗୁଣୁପୁର ଏବଂ ପାରାଦୀପ ପାଇଁ ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ପୁରୀରୁ ପାରାଦୀପ ଏବଂ ଗୁଣୁପୁର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବା ଏବଂ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍କୁ ନିମ୍ନଲିଖିତ ଅନୁଯାୟୀ ଖୋର୍ଦ୍ଧା ରୋଡ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବାକୁ ରେଳବାଇ ପକ୍ଷରୁ ନିଷ୍ପତି ନିଆଯାଇଛି ।
୦୮୪୧୪/୦୮୪୧୩ ପୁରୀ-ପାରାଦୀପ-ପୁରୀ ସ୍ପେଶାଲ୍ ଉଭୟ ଦିଗରୁ ୧୬ ଅଗଷ୍ଟ ୨୦୨୧ ଠାରୁ ପୁରୀ ଏବଂ ପାରାଦୀପ ମଧ୍ୟରେ ଚଳାଚଳ କରିବ । ଏହି ଟ୍ରେନ ପୁରୀରୁ ସକାଳ ୬ଘ.୧୫ମି.ରେ ଛାଡି ପାରାଦୀପ ଅଭିମୁଖେ ଯାତ୍ରା କରିବାକୁ ଥିବାବେଳେ ଏହା ପାରାଦୀପ ଠାରୁ ସନ୍ଧ୍ୟା ୬ ଘଟିକାରେ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ । ୦୮୪୧୭/୦୮୪୧୮ ପୁରୀ-ଗୁଣୁପୁର-ପୁରୀ ସ୍ପେଶାଲ୍ ପୁରୀରୁ ୧୬ ଅଗଷ୍ଟ ଏବଂ ଗୁଣୁପୁରରୁ ୧୭ ଅଗଷ୍ଟ, ୨୦୨୧ ଠାରୁ ଚଳାଚଳ କରିବ । ଏହି ଟ୍ରେନ୍ ପୁରୀରୁ ମଧ୍ୟାହ୍ନ ୧୨ ଘଟିକାରେ ଛାଡି ଗୁଣୁପୁରରେ ରାତ୍ରି ୮ଘ.୫୦ମି.ରେ ପହଂଚିିବ । ଫେରିବା ଦିଗରେ, ଏହି ଟ୍ରେନ୍ ଗୁଣୁପୁରରୁ ସକାଳ ୫ ଘଟିକାରେ ଛାଡି ପୁରୀରେ ଅପରାହ୍ନ ୨ଘ.୫୦ମି.ରେ ପହଂଚିିବ ।୦୮୪୫୬/୦୮୪୫୫ ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ଖୋର୍ଦ୍ଧା ରୋଡ଼କୁ ସମ୍ପ୍ରସାରିତ କରାଯିବ । ଏହି ଟ୍ରେନ ଖୋର୍ଦ୍ଧା ରୋଡ଼ ରୁ ୧୬ ଅଗଷ୍ଟ, ୨୦୨୧ରୁ ଏବଂ କେନ୍ଦୁଝରଗଡ଼ ରୁ ୧୭ ଅଗଷ୍ଟ, ୨୦୨୧ ଠାରୁ ସମ୍ପ୍ରସାରିତ ମାର୍ଗର ଚଳାଚଳ କରିବ । ଏହି ଟ୍ରେନ୍ ଖୋର୍ଦ୍ଧା ରୋଡରୁ ଅପରାହ୍ନ ୪ଘ.୦୫ମି.ରେ ଛାଡି କେନ୍ଦୁଝରଗଡ଼ ଠାରେ ରାତ୍ରି ୯ଘ.୩୫ମି.ରେ ପହଂଚିବ ଏବଂ କେନ୍ଦୁଝରଗଡ଼ରୁ ସକାଳ ୦୬ଘ.୩୦ମି.ରେ ଛାଡି ଖୋର୍ଦ୍ଧା ରୋଡ଼ ଠାରେ ପୂର୍ବାହ୍ନ ୧୧ଘ.୨୫ମି.ରେ ପହଂଚିିବ । ଭୁବନେଶ୍ୱର ଏବଂ କେନ୍ଦୁଝରଗଡ଼ ମଧ୍ୟରେ ଥ ଏହି ଟ୍ରେନର ସମୟ ସାରଣୀ ଏବଂ ରହଣି ଷ୍ଟେସନ ଅପରିବର୍ତିତ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ