ପୁରୀରେ ନୂଆ ଏସପି ବିନୀତ ଅଗ୍ରୱାଲ

ପୁରୀ,(ୱାଏନଏସ):ପୁରୀର ନୂତନ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଆଇପିଏସ୍ ବିନୀତ ଅଗ୍ରୱାଲ। ତେବେ ଆନ୍ତର୍ଜାତୀୟ ପର୍ଯ୍ୟଟନ ସ୍ଥଳୀ ପୁରୀରେ ନୂଆ ଏସପି ବିନୀତ ଅଗ୍ରୱାଲଙ୍କ ପାଇଁ ଅନେକ ଚାଲେଞ୍ଜ ରହିଛି। ବିଶେଷ କରି ଶ୍ରୀମନ୍ଦିରର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ପୁରୀକୁ ଅପରାଧ ଏବଂ ନିଶାମୁକ୍ତ କରିବା, ପର୍ଯ୍ୟଟକଙ୍କର ସୁରକ୍ଷା ଏବଂ ଥାନାକୁ ଯାଉଥିବା ଅଭିଯୋଗକାରୀଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ପୁରୀ ଏସପିଙ୍କ ମୁଖ୍ୟ ଲକ୍ଷ୍ୟ ରହିବା ଉଚିତ୍ ବୋଲି ମତ ରଖିଛନ୍ତି ଶ୍ରୀମନ୍ଦିର ସେବାୟତ ଏବଂ ଆଇନଜୀବୀ। ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଗୋରହରି ପ୍ରଧାନ କହିଛନ୍ତି ପୁରୀର ନୂତନ ଏସପିଙ୍କୁ ଆମେ ସ୍ବାଗତ କରୁଛୁ। ତେବେ ଦିନକୁ ଦିନ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହେଉଥିବା ବେଳେ ଭକ୍ତ ମାନେ ଶୃଙ୍ଖଳିତ ଦର୍ଶନ କରି ପାରୁନାହାନ୍ତି। ସେହିପରି ଶ୍ରୀମନ୍ଦିର ଉପରେ ଅବାଧରେ ଡ୍ରୋନ୍ ଉଡୁଥିବା ବେଳେ ଏହାକୁ ରୋକିବାରେ ପୁରୀ ପୋଲିସ ବିଫଳ ହୋଇଛି। ଶ୍ରୀମନ୍ଦିର ପ୍ରତି ଆତଙ୍କବାଦୀଙ୍କ ଟାର୍ଗେଟ ଥିବା ବାରମ୍ବାର କେନ୍ଦ୍ରୀୟ ସୁରକ୍ଷା ଏଜେନ୍ସି ସତର୍କ କରାଇ ଆସୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ସହିତ ଭକ୍ତ ଏବଂ ପର୍ଯ୍ୟଟକଙ୍କ ସୁରକ୍ଷା ଉପରେ ନୂଆ ଏସପି ସ୍ବତନ୍ତ୍ର ଭାବେ ଏକ ନୂଆ ପଦକ୍ଷେପ ନେବାକୁ ସେବାୟତ ମତ ଦେଇଛନ୍ତି।‌ ସେହିପରି ପୁରୀ ସହରରେ ଦିନକୁ ଦିନ ଆଇନଶୃଙ୍ଖଳା ସ୍ଥିତି ବିଗିଡିବାରେ ଲାଗିଛି। ଅବାଧରେ ନିଶା କାରବାର ଚାଲିଥିବା ବେଳେ ଏହି ନିଶା ଯୋଗୁ ଯୁବପିଢି ପଥ ଭ୍ରଷ୍ଟ ହୋଇ ବିଭିନ୍ନ ଅପରାଧ ଘଟାଉଛନ୍ତି। ଫଳରେ ପୁରୀ ସହର ଦିନକୁ ଦିନ ଅଶାନ୍ତ ହେଉଥିବା ବେଳେ ଭକ୍ତ ଓ ପର୍ଯ୍ୟଟକ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ଏଣୁ ପୁରୀର ନୂଆ ଏସପି ବିନୀତ ଅଗ୍ରୱାଲ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଶ୍ରୀମନ୍ଦିର ସୁରକ୍ଷା ସହିତ ସମ୍ପୂର୍ଣ୍ଣ ପୁରୀ ସହରକୁ ଅପରାଧ ମୁକ୍ତ କରିବା ପାଇଁ କଡା ପଦକ୍ଷେପ ନେବାକୁ ମତ ଦେଇଛନ୍ତି ଆଇନଜୀବୀ। ମହାପ୍ରଭୁଙ୍କ ଦର୍ଶନ କରିବା ପରେ ପୁରୀ ଜିଲ୍ଲାର ନୂତନ ଏସପି ଭାବେ ଦାୟିତ୍ବ ଭାର ଗ୍ରହଣ କରିଛନ୍ତି ଆଇପିଏସ୍ ବିନୀତ ଅଗ୍ରୱାଲ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏସପି ଭାବେ ନିଜର ଦାୟିତ୍ଵ ଦକ୍ଷତାର ସହିତ ସେ ତୁଲାଇଛନ୍ତି। ତେବେ ପୁରୀରେ ଏସପି ଭାବେ ଦାୟିତ୍ବ ନେବା ଏବଂ ଲୋକଙ୍କ ପାଇଁ କାର୍ଯ୍ୟ କରିବା ଏହା ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ସମ୍ଭବ ହୋଇଛି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ନୂତନ ଏସପି ବିନୀତ ଅଗ୍ରୱାଲ। ତେବେ ସେ ଖୁବଶୀଘ୍ର ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ପୁରୀ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ପରେ ଆଇନ ଶୃଙ୍ଖଳା ରକ୍ଷ ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି କାର୍ଯ୍ୟ କରିବେ ବୋଲି କହିଛନ୍ତି ବିନୀତ ଅଗ୍ରୱାଲ। ମୁଖ୍ୟତଃ ଶ୍ରୀମନ୍ଦିରର ସୁରକ୍ଷା, ଶୃଙ୍ଖଳିତ ଦର୍ଶନ, ଭକ୍ତ ଓ ପର୍ଯ୍ୟଟକଙ୍କ ସୁରକ୍ଷା, ପୁରୀ ସହରକୁ ଅପରାଧ ଏବଂ ନିଶାମୁକ୍ତ କରିବା, ଥାନାକୁ ଆସୁଥିବା ପିଡୀତ ମାନଙ୍କୁ ଏକ ନିର୍ଦ୍ଧାରିତ ସମୟ ଅବଧିରେ ନ୍ୟାୟ ପ୍ରଦାନ କରିବା ତାଙ୍କର ମୁଖ୍ୟ ଲକ୍ଷ୍ୟ ରହିବ ବୋଲି ବିନୀତ ଅଗ୍ରୱାଲ କହିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ୍ ଶ୍ରୀକ୍ଷେତ୍ର ପୁରୀକୁ ପ୍ରତିଦିନ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକ ଆସୁଛନ୍ତି। ଏଣୁ ପୁରୀରେ ଆଇନଶୃଙ୍ଖଳା ରକ୍ଷା ପୋଲିସର ପ୍ରମୁଖ କାର୍ଯ୍ୟ। ତେବେ ପୁରୀକୁ ଅପରାଧ ମୁକ୍ତ କରିବା ପାଇଁ ହେଲେ ପୁରୀ ସହରବାସୀ, ସମାଜସେବୀ, ବୁଦ୍ଧିଜୀବୀ ପୁରୀ ପୋଲିସକୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି ନୂଆ ଏସପି ବିନୀତ ଅଗ୍ରୱାଲ। କିନ୍ତୁ ବୁଦ୍ଧିଜୀବୀ ମହଲର ଚଚ୍ଚା ହେଉଛି ସତରେ କଣ ପୁରୀ ନୂତନ ଏସିପି ଆଇନିସୁଖାଂଲା ନିୟନ୍ତ୍ରଣ କରିପାରିବେ ସତରେ କଣ ପୁରୀ ସହଲରେ ପ୍ରତେକ ସହି ଛକ ମେନେ ରୋଡ ଏପରକି ରାତିରେ ବିଓ ଅଫିଷ, ମୋଚିସାହିଛକ ବଲିଆପଣ୍ଡା ଶ୍ରୀ ବିଚି ପତେକ ମଦ ଦୋକନ ଆଗରେ ଖୋଲାଖୋଲି ମଦପିଇବା ରାତିସାରା ଚଢା ଦଲରେ ନିସା କରବାର ବୁଦାନରେ କିନର ଏମ୍ବ ଦେହଜିବି ବେପାର ବଲିଆ ପଣ୍ଡା ଏରିଆରା ଚୋଲା ବାଲି,ଏମ୍ବ ପଥର ବେପାର ବନ୍ଦ କରିପାରିବେ କି ସତରେ କଣ ପୁରୀ ଜିଲ୍ଲାରେ ପୁବତ୍ତନ ଏସିପି ଆରିସିଗଂ, ଅଖିଲ ସିଗଂ, ସାର୍ଥକ ଷଡ଼ଙ୍ଗୀ ପରି ଜେପରି ନିସାକରବାର ସହିତ୍ୟ ପୁରୀ ରୂ ଭାଇ ରାଜ୍ୟ ବନ୍ଦ କରିପାରିବେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ