ପୁରୀ ଅଲ୍ ଇଣ୍ଡିଆ କ୍ଲାସିକାଲ ଫେଷ୍ଟିବାଲରେ ଛତ୍ରପୁରର ୨ଜଣ ଉକ୍ରଳ ଶ୍ରୀ ସମ୍ମାନରେ ସମ୍ମାନିତ

ଛତ୍ରପୁର , (ଯୁଗାବ୍ଦ ନ୍ୟୁଜ) : ପୁରୀ ଠାରେ ଓଡ଼ିଶାର ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟ ଗୁରୁ ଅଶୋକ କୁମାର ଦାଶଙ୍କ ନବ ପ୍ରତିଭା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଦୁଇ ଦିନିଆ ଅଲ୍ ଇଣ୍ଡିଆ କ୍ଲାସିକାଲ ଡ଼୍ୟାନ୍ସ ଫେଷ୍ଟିବାଲ୍ ଚାଲୁ ରହିଛି । ପ୍ରଥମ ଦିନର ପ୍ରଥମ ସନ୍ଧ୍ୟାରେ ଛତ୍ରପୁରର ଦିବାକର ବିଷୋୟୀ ଏବଂ ସମୀର କୁମାର ବେହେରା ରଣପା ନୃତ୍ୟ କରି ଉପସ୍ଥିତ ଦର୍ଶକ ମାନଙ୍କ ମନ୍ତ୍ରମୁଗ୍ଦ କରିଥିଲେ । ଏହି ଅବସରରେ ଦୁଇଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ଉକ୍ରଳ ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଯୋଗ ଦେଇ ଛତ୍ରପୁରର ଦୁଇ କଳାକାର ମାନଙ୍କୁ ଉପଢୌକନ ସହ ସାର୍ଟିଫିକେଟ ପ୍ରଦାନ କରିଥିଲେ । ଏହି ଅବସରରେ ଛତ୍ରପୁର ଜନସାଧାରଣ ପକ୍ଷରୁ ଦୁଇଜଣଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ