ପୁରୀ ଓକିଲ ସଂଘର ନୂତନ କର୍ମକର୍ତ୍ତାଙ୍କ ଦାୟିତ୍ୱଗ୍ରହଣ

ପୁରୀ(ଜୁଗାବ୍ଦ ନ୍ୟୁଜ୍‍):ପୁରୀ ଓକିଲ ସଂଘର ସୋମବାର ବାର୍ ଆସୋସିଏସନ୍ କାର୍ଯ୍ୟାଳୟ ପରିସରରେ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି । ଏଥିରେ ପୂର୍ବତନ ସଭାପତି ପ୍ରେମାନନ୍ଦ ମହାନ୍ତି ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହି ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ । ଗତବର୍ଷର ଆୟବ୍ୟୟର ହିସାବ ସାଧାରଣ ପରିଷଦ ବୈଠକରେ ଆଗତ ହୋଇଥିଲା । ଦାୟିତ୍ୱ ଗ୍ରହଣ କରିଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ସଭାପତି ଭାବେ ପ୍ରଶାନ୍ତ କୁମାର ମିଶ୍ର, ଉପସଭାପତି ଦେବେନ୍ଦ୍ର ନାଥ ମିଶ୍ର,ସାଧାରଣ ସମ୍ପାଦକ ବିଭୂତି ଶଙ୍କର ତ୍ରିପାଠୀ, ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ଦାସ, ରାମଚନ୍ଦ୍ର ମହାପାତ୍ର ଓ ନରେଶ ଚନ୍ଦ୍ର ମହାନ୍ତି ଓ କାର୍ଯ୍ୟକାରୀ ସଭ୍ୟ ଭାବେ ଅନୁପ କୁମାର ପୁଷ୍ଟି, ଅଶୋକ କୁମାର ପାଣିଗ୍ରାହୀ, ଅସୀମ କୁମାର ବାନାର୍ଜି,ଚିତ୍ତରଞ୍ଜନ ବିଶ୍ୱାଳ ଓ ରତିକାନ୍ତ ପ୍ରତିହାରୀ ପ୍ରମୁଖ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁରୀ ଓକିଲ ସଂଘର ବରିଷ୍ଠ ଓ ଯୁବ ଆଇନଜୀବୀ ନୂତନ କର୍ମକର୍ତ୍ତାଙ୍କୁ ସ୍ୱାଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ