ପୁରୀ – କୋଣାର୍କ ବେଳାମାର୍ଗ ରେ ଇକୋ ରିଭେରିଆ ଉଦଘାଟିତ

ନିମାପଡା, (ସନ୍ତୋଷ ଦାଶ):ପୁରୀ – କୋଣାର୍କ ବେଳାମାର୍ଗ ର ଲିଆଖିଆ ସେତୁ ନିକଟରେ କୁଶଭଦ୍ରା ନଦୀ କୂଳରେ ଇକୋ ରିଭେରିଆ କୁ ପର୍ଯ୍ୟଟନ ଉନ୍ନୟନ ନିଗମ ର ଅଧ୍ୟକ୍ଷ ଲେଲିନ ମହାନ୍ତି ଫିତା କାଟି ଆଜି ଉଦଘାଟନ କରିଛନ୍ତି। ନଦୀ କୂଳିଆ ଗ୍ରାମ ପରିବେଶ ରେ ପର୍ଯ୍ୟଟକଙ୍କୁ ଏହା ବେଶ ସୁହାଇବ ବୋଲି ଅଧ୍ୟକ୍ଷ ଶ୍ରୀ ମହାନ୍ତି କହିଥିଲେ। ଏହି ରିଭେରିଆ ରେ ୧୦ଟି କନ୍ଟେନର ରୁମ ରହିଛି। ଏଥିରେ ସୁଇମିଙ୍ଗ ପୁଲ ସହିତ ପଞ୍ଚତାରକା ହୋଟେଲ ଭଳି ସୁବିଧା ଉପଲବ୍ଧ ରହିଛି। ପର୍ଯ୍ୟଟକ ମାନେ ନଦୀ କୂଳରେ ରହି ପ୍ରାକୃତିକ ପରିବେଶକୁ ମନଭରି ଉପଭୋଗ କରିବେ I ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଜଳକ୍ରୀଡା,ବନ ଫାୟାର ,ସାଇକେଲ ଚାଳନା, ସଂଗୀତ ଓ ଯୋଗ ଭିତ୍ତିକ କାର୍ଯ୍ୟକ୍ରମ ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ