ପୁରୀ ଗାଁରେ ଜଗାର ଘର

ସୁନନ୍ଦା ମହାନ୍ତି
ଏଡ଼େ ଗରମରେ ରହିହେଉନଥିଲା ଘରେ. ସବୁବେଳେ ଏ ଖରା ଚାରିମାସ ବାହାରେ କୋଉଠି ଯାଇ ରହିବାକୁ ଚିନ୍ତା କଲେ ବି ଖରା ଗରମ ହେଉଥିଲା ବର୍ଷକ ବାର ମାସରୁ ଆଠମାସ. ଆଉ ବାକି ଚାରିମାସରୁ କେଵେ ଲଘୁଚାପ ଜନିତ ବର୍ଷା ଅସରାଏ ବା ଝଡି ତୋଫାନ ବା କେଵେ ଜାନୁଆରି ରେ ଅଳ୍ପ ଟିକେ ଶୀତ ଅନୁଭୂତ ହେଉଥିଲା. ମୋଟାମୋଟି କହିବାକୁ ଗଲେ ସ୍ୱଳ୍ପ ବୃଷ୍ଟିପାତ ଅଞ୍ଚଳଟିଏ. ଏକଥା କହିଲେ କିନ୍ତୁ ଏଠିକା ସ୍ଥାୟୀ ବାସିନ୍ଦା ଖରାପ ଭାବନ୍ତି. ନକହିଲେ ରହି ହେଉନି ଏଇଥିପାଇଁକି ଯେ ପାଣି ସରିଯାଏ କୂଅରୁ,ପାଣି ମେସିନ ଖରାପ ହୋଇଯାଏ ସେହି ସମୟରେ. ଏଣେ ଏସି ଲଗେଇଲେ କେଵେ ଚାଲେନି କାରଣ ଘରେ ଘରେ ଏସି, ପୁଣି ଆସେ ଯଦି ଇଲେକ୍ଟ୍ରି ବିଲ ଉଠେ ଅସାଧାରଣ ଭାବେ ଅଧିକ, ଆଉ ଶେଷ କାରଣଟି ଏସିରେ ଶୋଇଲେ ଦେହରେ ଯାଏନି ଆନି ଓ ନିଶାନ୍ତଙ୍କର.ପୁଣି ଉଠିକି ଥରକୁ ଥର ବନ୍ଦ କରିବାକୁ ପଡୁଥାଏ ଏସି ତ ଆନି ଓ ନିଶାନ୍ତ ବାଛିନେଇଥାନ୍ତି ତାଙ୍କ ଦ୍ବିତଳ ପ୍ରସାଦର ସେଇ ଶେଷମୁଣ୍ଡ ରୁମଟିକୁ. ଯୋଉଥିରେ କାଠ କବାଟ ଝରକା ବଦଳରେ ଜାଫ୍ରି କବାଟ ଓ ଝରକା ଓ ଚାରିପଟେ ଘେରି ଲାଗିଥାଏ ଜାଫ୍ରି ଓ ଦକ୍ଷିଣ ପଟ ଜାଫ୍ରି ଦେଇ ଦେଖାଯାଏ ଆକାଶ, ତାରା ଉଲକା, ଗଛ,ପୁଣି ରାତ୍ରୀଚର ପକ୍ଷୀ ପେଚା ସହିତ ପୁଣି ଅମାବାସ୍ୟା ରାତିର ଅନ୍ଧାର. ଘରସବୁ ଭିତରୁ ଏଇ ରୁମଟି କିନ୍ତୁ ବରଫ ଘର ବୋଲି ସମସ୍ତେ କହନ୍ତି ଓ ସ୍ୱାମୀ ସ୍ତ୍ରୀ ଦୁହେଁ ସେଇ ରୁମରେ ଶୁଅନ୍ତି ରାତିରେ. ଖୋଲା ପବନ ଓ ଆଲୋକ ସାଙ୍ଗକୁ ପୂର୍ଣ୍ଣମୀ ରାତିର ଜହ୍ନ ରାତି କାହାକୁ ଅବା ଭଲ ନଲାଗେ!ଯିଏ ଯେମିତି ଘରକୁ କୁଣିଆ ମଇତ୍ର କି ବନ୍ଧୁ ବାନ୍ଧବ ଆସିଲେ ରାତି ସାରା ଏସି ଲଗେଇ ଶୋଉଥିଲେ ମଧ୍ୟ ଦିନ ସାରା ବସା ଉଠା କରନ୍ତି ସେଇ ପ୍ରଶସ୍ତ ତଥା ବରଫ ଘରେ.ବରଫ ଘରେ ନବସି ଘଡିଏ କେହି ଫେରିନାହାଁନ୍ତି ଏଯାଏଁ. ତଥାପି ଆନି ଓ ନିଶାନ୍ତ କହୁଥାନ୍ତି ପୁଅ ଓ ଝିଅକୁ ଯେ ଅନଲାଇନ ଟିକେଟ କରିଦିଅ ଆମ ଦୁଇ ଜଣଙ୍କ ପାଇଁ ଏ ବର୍ଷ ଗରମରୁ ରକ୍ଷା ପାଇବାକୁ ଆମ ପାଇଁ ବରଫ ଅଞ୍ଚଳରେ ବରଫ ରୁମ ବୁକ କରିଦିଅ. ତ ପୁଅ କହୁଥାଏ ମାଆ ଆନିଙ୍କୁ ଯେ ତୋ ଅନୁସନ୍ଧାନର ସ୍ଥାନ ହରିଦ୍ୱାର ଏବେ ଅଶାନ୍ତ.ମଣିଷକୃତ ଓ ଦୈବଦୁର୍ବିପାକ ଉଭୟଙ୍କ କୋପରେ ସେହି ସ୍ଥାନ ଜର୍ଜ୍ଜରିତ. ପୁଣି ବାପାଙ୍କ ପସନ୍ଦ ଦାର୍ଜିଲିଙ୍ଗ ମଧ୍ୟ ତୁମ ଦୁହିଁଙ୍କୁ ଉପଯୁକ୍ତ ହେବ ବୋଲି ମୁଁ ଭାବୁନି. ପୁଅ ଏସବୁ କଥା କହୁଥିଲା ବେଳେ ଝିଅ କହୁଥିଲା ମୋ ସହ କୋରାପୁଟ ଜିଲ୍ଲାର ସୁନାବେଡା ଚାଲ, ଦେଖିବ ଝାଳ ଟିକେ ବାହାରିବ ନାହିଁ ଦେହରୁ ତ ବାପା ନିଶାନ୍ତ କହୁଥିଲେ ମୋର ବରଫ ଘର ଅଛି, ତୋ ମାଆ ଆନିଙ୍କୁ ସାଙ୍ଗରେ ନେଇଯା.ଆନି କହୁଥିଲେ ସେଇ କୋରାପୁଟରେ ତ ବରଫ ଘରେ ରହି ରହି ବର୍ଷକୁ ବର୍ଷ ଗରମ ଦିନ ବିତୁଛି ଏଥର ତୁମ ଦୁହେଁ ଜନ୍ମିତ ସ୍ଥାନରେ ପୂଜାଛୁଟି କଟାଅ, ଜାଣିପାରିବ ଫରକ. ପରେ କୁଆଡେ ଯିବା ନଯିବା ଚିନ୍ତା କରିବା.
ଯୋଗକୁ ଲାଇନ କଟିଗଲା. ସାଧାରଣ ଲାଇନ କଟା ନଥିଲା. ମେଘକୁ ଘଉଡ଼େଇ ନେଉ ନେଉ ଅଶାନ୍ତ ପବନ ଏମିତି ବହି ଯାଇଥିଲା ନିଶାନ୍ତଙ୍କ ଘର ଆଗ ଦେଇ ଯେ ପ୍ରାଚୀର ସେପଟୁ ଝାଉଁ ଗଛଟା ଘର ଉପରକୁ ଭାଙ୍ଗି ପଡି ରାସ୍ତା ଜାମ ସହିତ ଇଲେକ୍ଟ୍ରି ତାର ଛିଣ୍ଡି କଟି ଯାଇଥିଲା. ସକାଳ ପାଇବା ଯାଏଁ ପୁଅ ବୋହୁ ଓ ନାତି ବାବା ଗୋଟେ ପଟ ଖଟ ଦୁଇଟିରେ ଶୋଇଯାଇଥିଲେ ତ ଆରପଟ ଡବଲ ବେଡ଼ରେ ଝିଅ ଜୋଇଁ ଓ ନାତୁଣୀ ଡୁଗୁ ଶୋଇଥିଲେ ନିଶ୍ଚନ୍ତରେ ସେଇ ଏକେଣା ଲମ୍ଭା ଓ ପ୍ରଶସ୍ତ ବରଫ ରୁମଟିରେ. ଆନି ଓ ନିଶାନ୍ତ ନିଜ ବରଫ ରୁମରେ ପୁଅ ଓ ଝିଅ ଉଭୟଙ୍କ ସଂସାର ଧରି ଆରାମରେ ଶୋଇଯିବା ଦେଖି ଏପଟେ ଦୁହିଁଙ୍କୁ ଖୁବ ନିଦ ଆସିଯାଇଥିଲା. ସକାଳୁ ଗଛ କଟାଳି ପହଞ୍ଚି ରାସ୍ତାଟିରୁ ଝାଉଁଗଛଟିକୁ ଗଡ଼ ଗଡ଼ କରି କାଟିଲା ବେଳେ ଆନି ଖୁବ ଦୁଃଖ କରୁଥାନ୍ତି କାରଣ ଝାଉଁଗଛଟିରେ ବସା ବାନ୍ଧି ରହୁଥିବା ଗୋଟେ ପ୍ରଜାତିର ଶୁଆମାନଙ୍କୁ ଆଉ ଚାରିଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଛାତ ଉପରକୁ ଯାଇ ଦେଖିହେବନି. ଏମିତିରେ ବି ଖରା ଗରାମରେ ସେମାନେ ଝାଉଁ ଗଛର ପତ୍ର ସହ ଜଦି ରହି ଏମିତି ମିଶି ଯାଇଥାନ୍ତି ଯେ ତାଙ୍କୁ ଠାଵ କରିବାକୁ ସହଜ ହୁଏନି ଆଖି ଦୁଇଟାକୁ. ମଜ୍ଜାରେ ସ୍ୱାମୀ ନିଶାନ୍ତ କହୁଥାନ୍ତି ହଉ ଏଣିକି ଝାଉଁ ଗଛର ଗଣ୍ଡି ବଢ଼ି ପୁଣି ଡ଼ାଳ ହୋଇଗଲେ ପୁଣି ଛାତ ଉପରେ ନିଜ ମୁଣ୍ଡ ଉପରେ ଛତା ଟାଣି ଠିଆ ହୋଇ ଅନୁସନ୍ଧାନ କରିବ ଶୁଆ ସହ ଅନ୍ୟ ପକ୍ଷୀମାନଙ୍କୁ. ହଁ ତୁମ ଏ ଗରମ ଅଞ୍ଚଳରେ ସେୟା ନକରୁଥିଲେ ରହନ୍ତି କେମିତି!ପୁଅ କହୁଥିଲା କାହିଁକି ଆମ ବରଫ ରୁମ ତ ଖୁବ ବଢିଆ. ଝିଅ ମଧ୍ୟ ପୁଅ କଥାରେ ଏକମତ ହୋଇ ପାଳି ଧରୁଥିଲା ତ ଆନି କହୁଥିଲେ ହଁ କହିବନି କାହିଁକି!ଏ ଜାଗା ତ ତୁମ ନାଟିଭ ଅଞ୍ଚଳ ନା, ତ ଦୁର୍ବଳତା ରହିବା ସ୍ୱାଭାବିକ. ପୂଜା ଛୁଟି ସରି ସରି ଆସୁଥିଲା. ପିଲାମାନେ ଫେରିବାକୁ ପ୍ରସ୍ତୁତି ଚଳେଇଲା ପୂର୍ବରୁ କହୁଥିଲେ ମାଆ ତେବେ ଠିକ କରି କହ କୋଉ ଜାଗା ତୋର ପସନ୍ଦ ଆମେ ଏବେଠୁ ବୁକ ନକଲେ ପରେ ପସ୍ତେଇବାକୁ ପଡିବ, ଆଉ ମିଳିବନି.ତ ଆନି କହୁଥିଲେ ମୋର ଆଉ କୁଆଡେ ଯିବାର ନାହିଁ. ଏଇ ଘର ମୋର ସରଗ ପୁର… ଏଇଠି ଅଛି ମୋ ବରଫ ଘର… ବରଫ ଘରେ ଜୀଵନଟା ମୋର ଅତି ନିଜର ଓ ଆପଣାର.
ଆନି ଓ ନିଶାନ୍ତ ଏବେ ଏବେ କେଵେ ଜଦି ଦିଲ୍ଲୀ ଯାଆନ୍ତି ପୁଅ ପାଖକୁ ତ ପୁଅ ବୁଲେଇ ନିଏ କେତେ ଜାଗା. ତା ଭିତରୁ କାଶ୍ମୀର ଲାଗେ ବରଫ ଦେଶ ପରି କିନ୍ତୁ ସେଠାରେ ଅକ୍ଟୋବର ମାସରେ ଫଳ ସେଓ ତୋଳି ଖାଇବା ମଜ୍ଜା ନିଆରା ସାଙ୍ଗକୁ ବରଫ ପଡିବା ଦୃଶ୍ୟ ମଧ୍ୟ ଭାରି ନିଆରା ଲାଗେ. ମନେ ପଡେ ବେହେଲଗାଁରେ ଘଟିଥିବା ସେଇ ଲଜ୍ଜ୍ୟା ଜନକ ଘଟଣା ସାଙ୍ଗକୁ ଅପରେସନ ସିନ୍ଦୁର କଥା. ଏମିତି ସେଥର ପୁଅ,ବୋହୁ,ନାତି ବାବା ଓ ଝିଅ,ଜୋଇଁ,ନାତୁଣୀ ଡୁଗୁ ମିଶି ବରଫ ପଡୁଥିବା ସମୟରେ କାଶ୍ମୀର ବୁଲି ଯାଇଥିଲେ ଆନି ଓ ନିଶାନ୍ତ. ବୁଲାବୁଲି କରି ଡାଲ ଲେକ ପାଖ ଲଜକୁ ଫେରିଲା ବେଳେ ଦେଖିଲେ ନାତି ଓ ନାତୁଣୀ ନାଁହାଁନ୍ତି ପାଖରେ. ଇଏ ତାକୁ ଦୋଷ ସିଏ ଆକୁ ଦୋଷ ଦେଉ ଦେଉ ଆନି ମୁଣ୍ଡ ପିଟି କାନ୍ଦୁଥାଆନ୍ତି. ନାତି ନାତୁଣୀଙ୍କ ଖୁସି ତଥା ସେମାନଙ୍କ ବଢନ୍ତା ବୟସରେ କିଛି ଜ୍ଞାନ ଆହାରଣ ପାଇଁ କାଶ୍ମୀର ବୁଲିବାକୁ ଆସିବା କଥା ନଚେତ ଯାହା ଘର ଯାହକୁ ସରଗପୁର.ସେ ସରଗପୁର ଛାଡ଼ି ବିଦେଶୀ ମାଟିରେ ଆସି ପିଲାଙ୍କୁ ହଜେଇବା ଦୁଃଖ ଭିତରେ ପୁଣି କିଏ କୋଉ ପଟେ ଖୋଜୁଥାଆନ୍ତି ଡାକି ଡାକି ସେ ଦୁହିଁଙ୍କ ନାମ. ଆନି ଓ ନିଶାନ୍ତ ବସି ଗଣେଷଙ୍କୁ ଡାକୁଥାଆନ୍ତି. ପ୍ରଭୁ ହେ ଫେରିଲେ ପିଲାଦୁହେଁ ନିଜ ନିଜ ସ୍କୁଲରେ ତୁମ ପୂଜା ପାଇଁ ନଡ଼ିଆ କଦଳୀ ନେଇ ଯାଇଥାନ୍ତେ. ଏବେ ଆମେ କୋଉ ମୁଁହରେ ଏଠୁ ଆଉ ଫେରିବୁ. ଆମେ ବୁଢା ବୁଢ଼ୀ ଦୁହେଁ ନିଶ୍ଚୟ ଏହି ବରଫ ଦେଶରେ ମରିବୁ.ଦୁହେଁ ଏମିତି ଭାବି ବିକଳ ହେଉଥିଲା ବେଳେ ଗୋଟେ ସ୍ଲେଜ ଗାଡିରେ ଗଡି ଗଡି ପିଲାଦୁହିଁଙ୍କୁ ନେଇ ଜଣେ ଭାଇ ଆଣି ଛାଡ଼ିଦେଇ ଗଲେ ଓ କହିଲେ ପିଲାଦୁହେଁ ବରଫ ଭିତରେ ଖେଳୁ ଖେଳୁ ରହିଯାଇ କାନ୍ଦୁଥିଲେ ତ ତାଙ୍କୁ ପଚାରି ଆମେ ସାରା ପର୍ଯ୍ୟଟନସ୍ଥଳୀ ବୁଲି ବୁଲି ଆପଣଙ୍କୁ ଖୋଜି ଶେଷକୁ ଏଇ ଡ଼ାଳ ହ୍ରଦ ତଳେ ପାଇଗଲୁ. ତାଙ୍କୁ କୁଣ୍ଢେଇ ପକେଇ ନିଶାନ୍ତ ଭୋ ଭୋ କାନ୍ଦୁଥିଲା ବେଳେ ଆନି ତାଙ୍କ ଗୋଡ଼ ତଳେ ପଡି ତାଙ୍କୁ ଇଶ୍ୱରଙ୍କ ସ୍ୱରୂପ କହୁଥିଲେ. ଠିକ ସେତିକି ବେଳେ ପୁଅ ବୋହୁ ଓ ଝିଅ ଜୋଇଁ ପହଁଞ୍ଚି ସବୁକଥା ଜାଣି ତାଙ୍କୁ କୁଣ୍ଢେଇ ପକେଇ ଇଶ୍ୱରଙ୍କ ଅବତାର ଆଜି ସ୍ୱଚକ୍ଷୁରେ ଦେଖିଲୁ କହିବା ବେଳେ ସେ କହୁଥିଲେ କେବଳ ମୁଁ ନୁହେଁ ଆଜ୍ଞା ଆମେ ଯେତେ ଗାଡିବାଲା ଏଠାରେ ଅଛୁ ବରଫ ପଡିବା ସମୟରେ ଆସୁଥିବା ପର୍ଯ୍ୟଟମାନଙ୍କୁ ସୁରକ୍ଷା ପ୍ରଦାନ କରିବାକୁ ଜାପାନ ପରି ସ୍ଲେଜ ଗାଡି ଖଣ୍ଡିଏ ଖଣ୍ଡିଏ ରଖି ପ୍ରଶିକ୍ଷିଣ ଶ୍ଵାନ ମାନଙ୍କ ଦ୍ୱାରା ବରଫ ଭିତରେ ଫଶି ଯାଇଥିବା ପର୍ଯ୍ୟଟକମାନଙ୍କୁ ରକ୍ଷା କରୁ. ସେମାନେ ଭୂସ୍ବର୍ଗ କାଶ୍ମୀର ଆସି ଯେମିତି ହଇରାଣ ନହୁଅନ୍ତୁ କାରଣ ଅତିଥି ଦେବୋ ଭଵଃ ବୋଲି ଭାବୁଥିବା କାଶ୍ମୀର ଭାଇ ଭଉଣୀମାନେ ସେଥିପ୍ରତି ଖୁବ ସଜାଗ. ଏଇ ଛୋଟ ପିଲାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ପାଖରେ ପହଞ୍ଚାଇବା କଷ୍ଟକର ମନେ ହେଉଥିଲେ ମଧ୍ୟ ଏଯାଏଁ ହାରିନୁ. ତାଙ୍କ କଥା ଶୁଣି ପୁଅ ଓ ଜୋଇଁ ତାଙ୍କୁ କୁଣ୍ଢାଇ କାନ୍ଦୁଥିଲା ବେଳେ ସେ କହୁଥିଲେ ଆମେ ଥରେ ଭାରତ ଭୂଖଣ୍ଡର ଓଡିଶା ରାଇଜର ପୁରୀ ସମୁଦ୍କୂଳକୁ ବୁଲିବାକୁ ଯାଇ ଦେଖିଲୁ ସେଦିନ ଗଣପତି ଦେବାଙ୍କୁ ସମୁଦ୍ରରେ ବିସର୍ଜ୍ଜନ ଦେଉଛନ୍ତି. ଦେଖୁ ଦେଖୁ ସମୁଦ୍ର ମଧ୍ୟରେ ପଶି ଯାଉ ଯାଉ ଜୀଵନ ବିପଦ ପୂର୍ଣ୍ଣ ହୋଇ ପଡିବା ବେଳେ ହଳଦିଆ ଡ୍ରେସ ପିନ୍ଧା ଭାଇମାନେ ଆମକୁ ରକ୍ଷା କରିଥିଲେ. ସେହି ଲାଇଫଗାର୍ଡ ଭାଇ ମାନଙ୍କୁ ଆମର ଜୁହାର ଜଣେଇବେ କହି ସେ ଜମା ପଇସା ରଖିନଥିଲେ. ଯୁସୁଫ ଅଙ୍କଲଙ୍କ ଏହି ଉଦାରତା ଭିତରେ ଫେରି ପଡ଼ୁ ପଡ଼ୁ ଆନି ପଚାରୁଥିଲେ ମୂର୍ତ୍ତି ପୂଜା ପରେ ବିସର୍ଜ୍ଜନ ବେଳେ ଖୁବ ମନଦୁଃଖ ହୁଏ. ନିଶାନ୍ତ କହୁଥିଲେ ମନଦୁଃଖ ତ ନିଶ୍ଚିନ୍ତ କିନ୍ତୁ ପରିବେଶ ପ୍ରଦୂଷଣ ରୋକିବାକୁ କିଛି କରିବାକୁ ପଡିବ. ଡୁଗୁ ଓ ବାବା କହିଲେ ଆମେ ଆମ ସ୍କୁଲରେ ଏଥର ଗଣେଷ ପୂଜାରେ ପିତ୍ତଳ ମୂର୍ତ୍ତି ପୂଜା କରି ପରବର୍ତ୍ତୀ ସମୟରେ ସେହି ମୂର୍ତ୍ତି ଲାଇବ୍ରେରୀରେ ରଖିବା ପଦକ୍ଷେପ ନେଇଛୁ. ସବୁ ସ୍କୁଲ ଜଦି ସେମିତି କରନ୍ତେ ହୁଏତ ପରିବେଶ ନିର୍ମଳ ରହିପାରନ୍ତା କହୁଥିଲେ ନିଶାନ୍ତ ତ ଯୁସୁଫ ଅଙ୍କଲ କହୁଥିଲେ ଆମର ଏଠି ସେଥିପାଇଁ ବରଫ ଭିତରେ ବିସର୍ଜ୍ଜନ ପାଳନ ଉତ୍ସବ କେହି କେହି କରୁଥିବା ବେଳେ ସମଗ୍ର କାଶ୍ମୀରବାସୀ ସେହି ପ୍ରଥା ଅବଲମ୍ବନ କରିବେ ବୋଲି କମିଟି ଗଠନ ହେବାର ଅଛି କହି ଫେରିଲା ବେଳେ ତାଙ୍କ ବାଟକୁ ଅନେଇ କାନ୍ଦି ପକେଇ ଥିଲେ ପରିବାରବର୍ଗ. ଆନି ଓ ନିଶାନ୍ତ ଏବେ ଗାଁରେ ଚାଳ ଘରେ ରହି କହୁଥିଲେ ଏହାଠାରୁ ବଳି ବରଫ ଘର କୋଉଠି ଅଛି!ଯୁସୁଫ ଅଙ୍କଲଙ୍କ ଗାଁକୁ ଆସିବାକୁ ଅପେକ୍ଷାରେ ଥିଲେ ଆନି ଓ ନିଶାନ୍ତ. ପୁଅ ବୋହୁ, ଝିଅ, ଜୋଇଁ ଫେରିଯିବା ପୂର୍ବରୁ କହୁଥିଲେ ପଇଡ଼ ନିହାତି ପିଆଇବ ବାପା ଓ ମାଆ ଆମ ଅଙ୍କଲ ଯୁସୁଫଙ୍କୁ.ଆନି କହୁଥିଲେ ପୁରୀ ଗାଁ ବୁଲେଇ, ଚତୁର୍ଦ୍ଧା ରୂପେ ବସିଥିବା ଜଗା ବଳିଆ ଓ ମାଆ ସୁଭଦ୍ରାଙ୍କୁ ଦେଖାଇ,ଅବଢ଼ା ଖୁଆଇ ନିଶ୍ଚୟ ଆମେ ଛାଡ଼ିବୁ ତାଙ୍କୁ.ପିଲାମାନେ ସେହି ସମୟରେ ଆସିବେ କହି ଫେରିଥିଲେ ଯିଏ ଯାହା ବର୍ତ୍ତମାନର ରହଣୀ ସ୍ଥାନକୁ.
ସାକ୍ଷୀଗୋପାଳ,ପୁରୀ
9040977327


