ପୁରୀ ଜିଲ୍ଲା ଜୋନ ୨ ରେ ବିଜେଡ଼ିର ଜନସମ୍ପର୍କ ଯାତ୍ରା

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାପରିଷଦ ଜୋନ ୨ ଅସ୍ତରଙ୍ଗ ବ୍ଲକ ର ନଈଗୁଆଁ, ଆଳସାହି, ନଗର, ଆଳଙ୍ଗପୁର ପଞ୍ଚାୟତ ଅଞ୍ଚଳ ର ବିଭିନ୍ନ ଗ୍ରାମ ରେ ବିଜେଡ଼ି ପକ୍ଷରୁ ଆଜି ଜନ ସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଥିଲା।କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ, ଜିଲ୍ଲା ପରିଷଦସଭ୍ୟା ସରସ୍ଵତୀସ୍ଵାଇଁ, ବନିତା ବେହେରା, ବ୍ଲକ ବିଜେଡ଼ି ସଭାପତି କେଦାର ନାଥ ବିଶ୍ବାଳ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପଞ୍ଚାନନ ସ୍ଵାଇଁ ଙ୍କ ସହିତ ଯୁବ ବିଜେଡି, ମହିଳା ବିଜେଡ଼ି ଓ ଶତାଧିକ ଦଳୀୟ କର୍ମୀ ଏହି ପଦଯାତ୍ରା ରେ ସାମିଲ ହୋଇଥିଲେ। ବିଭିନ୍ନ ସ୍ଥାନ ରେ ପଦଯାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ଦେଇ, ହରିବୋଲ, ହୁଳହୁଳି ପକାଇ, ଶଙ୍ଖ ବଜାଇ ଦଳୀୟ କର୍ମୀ ଓ ଗ୍ରାମବାସୀ ମାନେ ସ୍ବାଗତ ସମ୍ବର୍ଧନା ଜଣାଇଥିଲେ। ବିଜେଡ଼ି ସରକାର ଙ୍କ ବିଭିନ୍ନ ଲୋକ କଲ୍ୟାଣ ଯୋଜନା ସଂପର୍କ ରେ ଜନ ସାଧାରଣ ଙ୍କୁ ଦଳୀୟ ନେତା ଓ କର୍ମି
ମାନେ ସଚେତନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ