ପୁରୀ ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘ ଅଭ୍ୟର୍ଥନା କମିଟି ର ବୈଠକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା କାକଟପୁର ସ୍ଥିତ ମୋତି କଲ୍ୟାଣ ମଣ୍ଡପ ଠାରେ ପୁରୀ ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ର ଏକ ବୈଠକ ଜିଲ୍ଲା ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରୀ କମିଟି ସଭାପତି ପୁର୍ଣଚନ୍ଦ୍ର ନାୟକ,ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘ ର ଉପ ସଭାପତି କମଳ ଲୋଚନ ଦୀକ୍ଷିତ, ଅଭ୍ୟର୍ଥନା କମିଟି ର ସଭ୍ୟ ତଥା ସଂଘର ସଂଯୋଜକ ବରିଷ୍ଠ ସାମ୍ବାଦିକ ଆଦିତ୍ୟ ରାଉତ, ଚାରିଛକ ସାମ୍ୱାଦିକ ସଂଘ ସଭାପତି ପ୍ରଫୁଲ୍ଲ କର, ଉପ ସଭାପତି ସନ୍ତୋଷ ଦାଶ,ଅବନୀ ଭୂଷଣ ବାରିକ,ପ୍ରଶାନ୍ତ ବାରିକ,ମାନସ ସାମଲ,ପ୍ରଦୀପ ପଣ୍ଡା,ମାନସ ଦୀକ୍ଷିତ, ଭାଗବତ ସ୍ୱାଇଁ,ସମୀର କୁମାର କର, ମାନସ ଦିକ୍ଷୀତ ,ରାଜକିଶୋର ଦାଶ, ବାପିନା ବେଉରା,ପୂର୍ଣଚନ୍ଦ୍ର ମହାପାତ୍ର , ଅକ୍ଷୟ ରାଉତ, ଅକ୍ଷୟ ପ୍ରସାଦ ମହାନ୍ତି, ଭାଗବତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଗାମୀ ନଭେମ୍ବର ୨୩ ଓ ୨୪ ରେ ଦୁଇଦିନିଆ ବାର୍ଷିକ ଉତ୍ସବ ଆୟୋଜନ କୁ ନେଇ ବିସ୍ତ୍ରୁତ ଆଲୋଚନା କରିଥିଲେ। କୋଣାର୍କ ଯାତ୍ରୀନିବାସ ରେ ଏହି ବାର୍ଷିକ ଉତ୍ସବ ପାଳନ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଥିଲା ।ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘ ର କାର୍ଯ୍ୟ କାରିଣୀ ବୈଠକ ଓ ଜିଲ୍ଲା ସଂଘ ର ବାର୍ଷିକ ଉତ୍ସବ କୁ ସଫଳତା ସହିତ ସମ୍ପୂର୍ଣ କରିବା ନିମନ୍ତେ ଗଠନ ହୋଇଥିବା ବିଭିନ୍ନ କମିଟି କୁ କାର୍ଯ୍ୟ ବଣ୍ଟନ କରାଯାଇଥିଲା ।ପରବର୍ତ୍ତୀ ବୈଠକ ଆଗାମୀ ଅକ୍ଟୋବର ୩୦ ତାରିଖ ରେ କରାଯିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ