ପୁରୀ ଯାଇପାରୁନୁ ବୋଲି ଏଇଠୁ ଦେଲୁ ଗୁଆ ଚାଉଳ ଶ୍ରଦ୍ଧାର ସହ ଗ୍ରହଣ କର ହେ କାଳିଆ ଭକ୍ତଙ୍କ ଭାବାବେଗ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) : ଆସନ୍ତା ୧୭ ତାରିଖରେ ବିଶ୍ୱ ର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ କୁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ବିଶ୍ୱ ବାସିଙ୍କ ଉଦେଶ୍ୟରେ ଲୋକାର୍ପିତ କରିବେ l ଏହି କାର୍ଯ୍ୟକ୍ରମ ରେ ଭକ୍ତ ଙ୍କ ସହିତ ଭଗବାନ ଙ୍କୁ ଯୋଡିବା ଲକ୍ଷ୍ୟ ନେଇ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କ ଠାରୁ ଗୁଆ ଓ ଚାଉଳ ସଂଗ୍ରହ କରାଯାଉଛି l ଛତ୍ରପୁର ଏନଏସିର 10ନଂ ୱାର୍ଡ ରେ କାଉନସିଲର ଦେବାଶିଷ ମିଶ୍ର ଙ୍କ ନେତୃତ୍ୱରେ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ୱାର୍ଡ ର ବିଭିନ୍ନ ସାହିକୁ ସାହି ବୁଲି ଲୋକଙ୍କ ଠାରୁ ଚାଉଳ ଓ ଗୁଆ ସଂଗ୍ରହ କରାଯାଇଛି l ବାଜା ବାଜଣା ସହିତ ଶଙ୍ଖ ର ଧ୍ୱନିରେ ସାରା ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଥିବା ବେଳେ ବହୁ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ମହାପ୍ରଭୁ ଙ୍କ ଉଦେଶ୍ୟରେ ଲୋକଙ୍କ ଠାରୁ ଚାଉଳ ଓ ଗୁଆ ସଂଗ୍ରହ କରିଥିଲେ l ପୁରୀ ଯାଇପାରୁନୁ ବୋଲି ଏଇଠୁ ଦେଲୁ ଗୁଆ ଚାଉଳ, ଶ୍ରଦ୍ଧାର ସହ ଗ୍ରହଣ କର ହେ କାଳିଆ ବୋଲି ଲୋକେ ଆଖି ଛଳ ଛଳ କରି ସେମାନଙ୍କ ଭାବାବେଗ କୁ ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଛତ୍ରପୁର ବିଜୁ ଜନତା ଦଳର ନଗର ସଭାପତି ବି. ରାଜୁବାବୁ, ଉପ ସଭାପତି ଅଟଳ ବିହାରୀ ପଟ୍ଟନାୟକ,ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ, କାଉନସିଲର ପ୍ରୀତିଛନ୍ଦା ସାମଲ,ବି. ନିଶ୍ଚଳା,କେ. ରମେଶ, ଅରୁନ୍ଧତୀ ରେଡ୍ଡୀ, ଅମରେଶ କୁମାର ମହାରଣା, ଟି. ଗଣେଶ ରେଡ୍ଡୀ, ଏମ. ୱାଣୀ ସେନାପତି, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଯୁବ ବିଜେଡି ଛତ୍ରପୁର ନଗର ସଭାପତି ଟି. ଚନ୍ଦ୍ର ଶେଖର ରାଓ,ଛତ୍ରପୁର ବିଜୁ ଆଇନ ସାମୁଖ୍ୟ ର ସଭାପତି ସୁରେଶ କୁମାର ପଣ୍ଡା, ଆଇନଜୀବି ପ୍ରଶାନ୍ତ କୁମାର ଶତପଥୀ ଙ୍କ ସମେତ ୱାର୍ଡ ର ବହୁ ଭଦ୍ର ବ୍ୟକ୍ତି ଓ ଶ୍ରଦ୍ଧାଳୁ ମାନେ ଉପସ୍ଥିତ ଥିଲେ