ପୁରୀ ସଂସ୍କୃତ ମହାବିଦ୍ୟାଳୟରେ ଗୋଲ୍ଡ ମେଡାଲ ପାଇଲେ ସାଗରୀକା
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ କପୁଣ୍ଡି ଗ୍ରାମର ସାଗରୀକା ଜେନା ପୁରୀ ଜଗନ୍ନାଥ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ନବମତମ କନଭେନସନରେ କୃତକାର୍ଯ୍ୟ ହୋଇ ପ୍ରଥମସ୍ଥାନ ହାସଲ କରି ଗୋଲ୍ଡ ମେଡାଲ ହାସଲ କରିଛନ୍ତି । ମହାବିଦ୍ୟାଳୟରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗ୍ରାମର ଦେବେନ୍ଦ୍ର ଜେନାଙ୍କ ସୁପୁତ୍ରୀ ସାଗରୀକା ଜ୍ୟୋତିଷଶାସ୍ତ୍ରରେ ପିଜି କରୁଛନ୍ତି । ତାଙ୍କର ଏହି ସଫଳତା ପାଇଁ ହାଟଡିହି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି । ସେ ଏହି ସଫଳତାର ଶ୍ରେୟ ନିଜ ପିତାମାତା ଓ ମହାବିଦ୍ୟାଳୟର ଅଧ୍ୟାପକ ମାନଙ୍କୁ ଦେଇଛନ୍ତି ।