ପୁରୀ ସେବାୟତଙ୍କ ହେବ କରୋନା ପରୀକ୍ଷା
ପୁରୀ: ଶ୍ରୀଜିଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ନିୟୋଜିତ ହେବାକୁ ଥିବା ସବୁ ସେବାୟତଙ୍କର କରୋନା ପରୀକ୍ଷା କରାଯିବ | ଆସନ୍ତାକାଲି ଅର୍ଥାତ୍ ବୁଧବାର କରୋନା ପରୀକ୍ଷା ପ୍ରକ୍ରିୟା ଚାଲିବ ବୋଲି ଜଣାପଡ଼ିଛି। ପ୍ରଥମେ ଦଇତାପତି ସେବାୟତଙ୍କ ନମୁନା ପରୀକ୍ଷା କରାଯିବ। ମୋଟ ୧୫୦ ଦଇତାପତିଙ୍କ ନମୁନା ପରୀକ୍ଷା ହେବ ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଗରାବଡୁ ଓ ଅନ୍ୟ ସେବାୟତଙ୍କ ପରୀକ୍ଷା ହେବ । ପ୍ରତିଦିନ ୭୫ ସେବାୟତଙ୍କ ପରୀକ୍ଷା ହେବ | ସ୍ବାବ ସଂଗ୍ରହ ପରେ ଚୁକ୍ତି ଅନୁସାରେ ହୋମ୍ କ୍ବାରାଣ୍ଟାଇନରେ ରହିବେ | ସେହିପରି ଆସନ୍ତା ୨୯ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟତଙ୍କ କରୋନା ପରୀକ୍ଷା କରାଯିବା ଲାଗି ନିଷ୍ପତ୍ତି ହୋଇଛି । ଶ୍ରୀଜିଉଙ୍କ ସେବା କରୁଥିବା ମୋଟ ୧୭୨ ଜଣଙ୍କର ନମୁନା ସଂଗ୍ରହ କରାଯିବ ଏବଂ ୩ ତାରିଖ ସୁଦ୍ଧା ରିପୋର୍ଟ ଆସିବା ଲକ୍ଷ୍ୟ ରଖାଯାଇଛି। ୫ ତାରିଖରେ ସ୍ନାନ ପୂର୍ଣ୍ଣିମା ଆଗରୁ ସବୁ ସେବାୟତଙ୍କ କରୋନା ପରୀକ୍ଷା ରିପୋର୍ଟ ଆସିବ ବୋଲି ଶ୍ରୀମନ୍ଦିର ପ୍ରଶାସନର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା କହିଛନ୍ତି ।


