ପୁରୁଣା ପେନସନ ଦାବି ଦୋହରାଇଲା ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଅଲଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ)ର ରାଜ୍ୟ ସଭାପତି ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ରାଜ୍ୟସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ଖାରବେଳ ନଗରସ୍ଥିତ ପ୍ରାଥମିକ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସରକାରଙ୍କ ପେନସନ ମାରଣ ନୀତିକୁ ଦୃଢ ନିନ୍ଦା କରାଯାଇଥିଲା । ସଭାପତି ସର୍ବପ୍ରଥମେ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କୁ ପୁରୁଣଶ ପେନସନ ବଦଳରେ ନୂତନ ପେନସନ ନାମରେ ଟେନସନ ଦେଉଛନ୍ତି । ସବୁଠାରୁ ଦୁଃଖର ବିଷୟ କେନ୍ଦ୍ର ସରକାର ୨୦୦୪ ମସିହା ପରଠାରୁ ନିଯୁକ୍ତି ପାଇଥିବା କର୍ମଚାରୀମାନଙ୍କ ପାଇଁ ନୂତନ ପେନସନ ଯୋଜନା ଲାଗୁ କରିଛନ୍ତି । ୨୦୦୫ ମସିହା ଜାନୁୟାରୀ ପରଠାରୁ ଓଡ଼ିଶା ସରକାର ରାଜ୍ୟ କର୍ମଚାରୀ ଭାବେ ନିଯୁକ୍ତି ପାଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତ କର୍ମଚାରୀ ମାନଙ୍କୁ ନୂତନ ପେନସନ ଯୋଜନାଭୁକ୍ତ କରିଛନ୍ତି ଯାହାକି ସମସ୍ତ ଏନ୍ପିଏସ୍ କର୍ମଚାରୀ ତାଙ୍କ ପରିବାରଙ୍କୁ ଅନ୍ଧାର ମଧ୍ୟକୁ ଠେଲି ଦେଇଛନ୍ତି । ବର୍ତ୍ତମାନ ଛତିଶଗଡ଼ ସରକାର, ପଶ୍ଚିମବଙ୍ଗ ସରକାର, ରାଜସ୍ଥାନ ସରକାର, ଝାଡ଼ଖଣ୍ଡ ସରକାର ଓ ଦିଲ୍ଲୀ ସରକାର ପୁରୁଣା ପେନସନ ପୁନଃ ଲାଗୁ କରିଛନ୍ତି । ପ୍ରକାଶଥାଉକି ପୁରୁଣା ପେନସନ ଆର୍ମି, ସାଂସଦ, ବିଧାୟକ, ଉଚ୍ଚନ୍ୟାୟାଳୟର ବିଚାରପତି, ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତିମାନଙ୍କୁ ପ୍ରଦାନ କରାଯାଉଛି । ନୂତନ ପେନସନ ସ୍କିମ୍ ଏକ ସ୍କିମ ଯାହ ମୁମ୍ବାଇର ଏକ ସଂସ୍ଥା ଏନ୍ଏସ୍ଡ଼ିଏଲ ରାଜ୍ୟ କର୍ମଚାରୀଙ୍କ ଦରମାର ୧୦% ରାଜ୍ୟ ସରକାର ଜମା କରୁଥିବା ୧୪% ଶତକଡ଼ା ଅଂଶ ରାଶି ନେଇ ବିଭିନ୍ନ ସେୟାର ବଜାରରେ ବିନିଯୋଗ କରୁଛନ୍ତି । ଯଥା ଏସ୍ବିଆଇ, ଏଲ୍ଆଇସି, ୟୁଟିଆଇ, ମ୍ୟୁଚୁଆଲ ଫଣ୍ଡ ସେୟାର ବଜାରରେ ଲାଭ କ୍ଷତି ଉପରେ ଜଣେ ରାଜ୍ୟ କର୍ମଚାରୀଙ୍କ ଭବିଷ୍ୟତ ନିର୍ଭର କରୁଅଛି । ସେୟାର ବଜାର ଡୁବିଗଲେ କର୍ମଚାରୀଙ୍କ ସମସ୍ତ ସଞ୍ଚୟ ଅର୍ଥ ଡୁବିଯିବ । ତେଣୁ ଏହା ପେନ୍ସନ ନୁହେଁ ସ୍କିମ୍ ଅଟେ । କର୍ମଚାରୀ ଟଙ୍କା ଦରକାର ସମୟରେ ଉଠାଇ ପାରିବାର ସୁବିଧା ନାହିଁ । କିନ୍ତୁ ପୁରୁଣା ପେନସନ ଜଣେ କର୍ମଚାରୀର ଶେଷ ଦରମାରୁ ୫୦% ପାଇବା ସହିତ ବର୍ଦ୍ଧିତ ଡି.ଏ ମଧ୍ୟ ପାଇବା ସୁନିଶ୍ଚିତ କିନ୍ତୁ ନୂତନ ପେନସନ ଯୋଜନାରେ କର୍ମଚାରୀମାନେ କେତେ ପେନସନ ପାଇବେ କିମ୍ବା ସମସ୍ତ ଅର୍ଥ ବୁଡ଼ିଯିବ, ସେ ଗ୍ୟାରେଣ୍ଟି ନାହିଁ । ଭାରତରେ ଅନେକ ପ୍ରକାର ସ୍କାମ ପୂର୍ବରୁ ସଂଗଠିତ ହୋଇସାରିଛି । ଆଗାମୀ ଦିନରେ ବଡ଼ ଘୋଟାଲା ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । କାରଣ ଛତିଶଗଡ଼ର ମାନ୍ୟବର ମୁଖ୍ୟମନ୍ତ୍ରୀ ଶଙ୍କରସିଂ ବାଘେଲା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ରାଜ୍ୟର କର୍ମଚାରୀଙ୍କୁ ପୁରୁଣା ପେନସନ ପ୍ରଦାନ ନିମନ୍ତେ ଏନ୍ଏସ୍ଡ଼ିଏଲ ଓ ପିଏଫ୍ଆରଡ଼ିଏ ମୋଟ ୧୭ ହଜାର ୨ଶହ ୪୦ କୋଟି ଟଙ୍କା ତୁରନ୍ତ ରାଜ୍ୟକୁ ଫେରାଇବା ପାଇଁ ଅନୁରୋଧ କରିଛନ୍ତି । କିନ୍ତୁ ଏନ୍ଏସ୍ଡ଼ିଏଲ ଓ ପିଏଫ୍ଆରଡ଼ିଏ ଟଙ୍କା ଫେରସ୍ତ କରିବାକୁ ପ୍ରତ୍ୟାଖାନ କରିଛନ୍ତି । ତେଣୁ ଓଡ଼ିଶାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଉଛି । କର୍ମଚାରୀଙ୍କ ପୁରୁଣା ବୃତ୍ତିଗତ ଅଧିକାର, ବାର୍ଦ୍ଧକ୍ୟର ସାହାରା (ଲାଠି ବାଡ଼ି ସଦୃଶ) । କର୍ମଚାରୀଙ୍କ ଅବସର ପରେ ପେନସନର ଅର୍ଥ ଉପରେ ନିର୍ଭର କରି ଚଳୁଛନ୍ତି । ବର୍ତ୍ତମାନ ନୂତନ ପେନସନ ଯୋଜନାରେ ଉକ୍ତ କର୍ମଚାରୀମାନେ ଅବସର ପରେ ମାତ୍ର ୧୦୦୦, ୧୨୦୦ ଓ ୨୦୦୦ ଟଙ୍କା ପାଉଛନ୍ତି । ଏହା ବ୍ୟତୀତ ଫେମିଲି ପେନସନ କେତେ ମିିଳିବ ତାର କିଛି ଠିକଣା ନାହିଁ । ଅନିଶ୍ଚିତତା ମଧ୍ୟରେ ଗତି କରିବାକୁ ପଡୁଛି । ସେଥିପାଇଁ ଅଲ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ଏକମାତ୍ର ଦାବୀ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁଣି ପୁରୁଣା ପେନସନ ପ୍ରଦାନ କରାଯାଉ, ନୂତନ ପେନସନ ଯୋଜନାକୁ ତୁରନ୍ତ ଉଚ୍ଛେଦ କରାଯାଉ । ଓଡ଼ିଶାରେ ସମସ୍ତ ୩୧୪ ବ୍ଲକର କର୍ମକର୍ତ୍ତା ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜ ନିଜ ଅଞ୍ଚଳର ବିଧାୟକମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହିତ ବିଇଓଙ୍କ ଜରିଆରେ ମଧ୍ୟ ଦାବି ପତ୍ର ପ୍ରଦାନ କରିବାକୁ ସଂଘ ପକ୍ଷରୁ ସଭାପତି ସୁଶାନ୍ତ କୁମାର ବେହେରା, ସମ୍ପାଦକ ବଙ୍କିମ ଚନ୍ଦ୍ର ସାଗର, କାର୍ଯ୍ୟକାରୀ ସଭାପତି ଜାମିନୀକାନ୍ତ ପଣ୍ଡା, ନରେଶ ପାଣିଗ୍ରାହୀ, ଧରଣିଧର ମଲ୍ଲିକ, ଉପସଭାପତି ପ୍ରଦୀପ ପାତ୍ର, ଦିଲ୍ଲୀପ କର, ନିରୋଦ ଦାସମହାପାତ୍ର, ସୁରେନ୍ଦ୍ର ଖରା, ଉତ୍ତମ ଦାସ, ହରେକୃଷ୍ଣ ବାରିକ, ମଳୟ ଜେନା, କେଶବ ଚନ୍ଦ୍ର ସାହୁ, ଅଶୋକ ସାହୁ, ଚାରୁ ବେହେରା, ରଘୁନାଥ ପୁରି, କୁବେର ମହାପାତ୍ର, ମୋହନ ସାହୁ, ପ୍ରଶାନ୍ତ କୁମାର ନାଥ ପ୍ରମୁଖ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।


