ପୁରୁଣା ପେନସନ ଲାଗୁ ଦାବୀ ରେ ଜିଲ୍ଲାପରିଷଦ ଶିକ୍ଷକ ସଂଘ ର ବୈଠକ 

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)  :-ଗଜପତି ଜିଲ୍ଲା କାଶୀନଗର ଠାରେ  ଜିଲ୍ଲାପରିଷଦ ଶିକ୍ଷା ସଂଘର ବୈଠକ ଅନୁଷ୍ଟିତ ହୋଇଯାଇଛି । ଖବର ମୁତାବକ କାଶୀନଗର ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଜିଲ୍ଲା ଉପଦେଷ୍ଟା ସୁମନ୍ତ ଚିନ୍ତାଡ଼ାଙ୍କ ତତ୍ତ୍ଵାବଧାନରେ ବରିଷ୍ଟ ଶିକ୍ଷକ ଜଗଦୀଶ ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ବୈଠକରେ ପୂର୍ବତନ ସଭାପତି ପି. ମୋହନ ରାଓ,ସମ୍ପାଦକ ବି. ଗୋପାଳ ରାଓ, କୋଷାଧ୍ୟକ୍ଷ ଆର୍. ମଧୁ ବରିଷ୍ଟ ଶିକ୍ଷକ ଏମ୍ ଆର୍ ସ୍ରୀନୁ ଓ ସି ଆର୍ ସି ଏମ୍ ଶ୍ରୀନିବାସ , ବସନ୍ତ ମିଶ୍ର, ହରି କୃଷ୍ଣ ମିଶ୍ର ଏହି ବୈଠକ ରେ ଯୋଗ ଦେଇଥିବା ବେଳେ ବହୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ। ନୂଆ ପେନସନ ବ୍ୟବସ୍ଥାରେ  ଗତ ୨୦୦୪ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ସହ ବର୍ତ୍ତମାନ କାର୍ଯ୍ୟ କରୁଥିବା ଚୁକ୍ତି ଭିତ୍ତିକ ଶିକ୍ଷକ ମାନେ ଯୋଗ ଦେଇଥିଲେ । ନୂଆ ପେନସନ ଧାରାକୁ ବନ୍ଦ କରି ପୁରୁଣା ପେନସନ ଲାଗୁ କରିବା ପାଇଁ ଦରକାର ହେଲେ ଦୁର୍ବାର ଆନ୍ଦୋଳନ କରିବାକୁ ସମସ୍ତେ ସହଯୋଗ କରିବାକୁ ମତ ପ୍ରକାଶ ପାଇଥିଲା। ଜିଲ୍ଲାପରିଷଦ ଶିକ୍ଷକ ମାନଙ୍କ ସଂଘର ପୁନର୍ଗଠନ ମଧ୍ୟ କରାଯାଇଥିଲା । ସଭାପତି ଭାବେ ଶ୍ରୀ ବି. ଗୋପାଳ ରାଓଙ୍କୁ ଚୟନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ଭାବେ ଜଗଦୀଶ ପାତ୍ର, ସମ୍ପାଦକ ଭାବେ ଗଣେଶ ପାଣିଗ୍ରାହୀ, ସଂଗଠନ ସମ୍ପାଦକ ଭାବେ ଡି. ଖଗେଶ୍ୱର ରାଓ ଓ ଉପସଭାପତି ଭାବେ ମନୁ ଭାଇ ଆଚାର୍ଯ୍ୟ, କେ. ଈଶ୍ୱର ରାଓ ସହ ସମ୍ପାଦକ ଭାବେ କେ. ଚିରଞ୍ଜିବୁଲୁ ଓ ପି. ପଦ୍ମାବତୀ ଓ କୋଷାଧ୍ୟକ୍ଷ ଭାବେ ଆର୍. ମଧୁ ଙ୍କୁ ଚୟନ କରାଯାଇଥିଲା । ଏତଦ୍ ବ୍ୟତୀତ ପରାମର୍ଶ ଦାତା ଭାବେ ସ୍ମିତା ପାଣିଗ୍ରାହୀ, ସିଏଚ୍ଚ ଚୀନା ରାଓ, ଉମାକାନ୍ତ ମିଶ୍ର, ବସନ୍ତ ମିଶ୍ର, ହରି କୃଷ୍ଣ ମିଶ୍ର, ପି. ମୋହନ ରାଓଙ୍କୁ ଚୟନ କରାଯାଇଥିଲା । ସଂଘର ମୁଖପାତ୍ର ଭାବେ ଜଗଦୀଶ କୁମାର ପାତ୍ରଙ୍କୁ ଦାଇତ୍ୱ ଦିଆଗଲା । ଆଗାମୀ ଦିନରେ କର୍ମଚାରୀ ଓ ଶିକ୍ଷକ ସଂଘର ମିଳିତ ବୈଠକ ଡ଼କା ଯିବାକୁ  ପ୍ରସ୍ତାବ ଗୃହୀତ ହୋଇଥିଲା । ଦାବି ପୁରଣ ନହେଲେ ଆଗାମୀ ଦିନ ରେ ଆନ୍ଦୋଳନ କୁ ଜୋରଦାର କରାଯିବ ଓ ଜିଲ୍ଲା ସଂଘ ସହ ସମନ୍ଵୟ ରକ୍ଷା କରି ଦାବି ପୂରଣ ପର୍ଯ୍ୟନ୍ତ ଲଢି ବାକୁ ଶପଥ  ନିଆଗଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ