ପୁରୁଣା ବଜାର ରାସ୍ତା ସରଳୀକରଣ ଦାବୀ କଲେ ଅଞ୍ଚଳବାସୀ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ବନ୍ତ ବ୍ଲକ ତଥା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ପୁରୁଣା ବଜାର ରାସ୍ତାକୁ ସରଳୀକରଣ କରିବା ନେଇ ବନ୍ତ ଅଞ୍ଚଳର ଅଜୟ କୁମାର ନାୟକ, ମହେନ୍ଦ୍ର ସାହୁ, ରଙ୍କରତନ ସାହୁ, ଅଖିଳ ସାହୁ, ହରେକୃଷ୍ଣ ଜେନା, ସୁରେଶ ମଲ୍ଲିକ, ଗୟାଧର ଗାହାଣ, ଗୌରାଙ୍ଗ ରଣା, ମୁକ୍ତିକାନ୍ତ ବାରିକ, ଅରୁଣ ମହାପାତ୍ର, ପ୍ରମୋଦ ନାୟକ, ସୁଦର୍ଶନ ମହାପାତ୍ରଙ୍କ ସମେତ ବହୁ ବ୍ୟକ୍ତି ଦାବୀ କରିଛନ୍ତି । ପ୍ରକାଶ ଯେ, ଗତ ୧ ବର୍ଷ ତଳେ ବନ୍ତ ପୁରୁଣା ବଜାର ଠାରେ ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏଥିପୂର୍ବରୁ ବନ୍ତ ବାଳିକା ହାଇସ୍କୁଲ ଠାରୁ ତହସିଲ ରୋଡ୍ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ପାଇଁ ଆବଶ୍ୟକ ସ୍ଥାନ ନିରୁପଣ କରାଯାଇଥିଲା । ପୋଖରୀ ପାଶ୍ୱର୍ରେ ଥିବା ବ୍ୟବସାୟୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇ ଜବରଦଖଲ ଛାଡିବା ପାଇଁ କୁହାଯାଇଥିଲା । ଅପରପକ୍ଷେ ଦକ୍ଷିଣ ପାଶ୍ୱର୍ରେ ଆବଶ୍ୟକ ସ୍ଥାନ ନିରୁପଣ କରାଯାଇଥିଲା । ରାସ୍ତା ପ୍ରଶସ୍ତିକରଣ ସମୟରେ ପୋଖରୀ ପାଶ୍ୱର୍କୁ ପୋତା ଯାଇ ରାସ୍ତା ନିର୍ମାଣ କରାଯାଇଥିଲେ ମଧ୍ୟ ରାସ୍ତାକୁ ସିଧା କରାନଯାଇ ଅଙ୍କାବଙ୍କା କରାଯାଇଥିଲା । ଫଳରେ ଏହି ସ୍ଥାନରେ ଦୁର୍ଘଟଣା ଘଟିବାର ଆଶଙ୍କା ପ୍ରକାଶ ପାଇଛି । ସେହିପରି ଏବେ ବଜାର ଅଞ୍ଚଳର ଉନ୍ନତିକରଣ ପାଇଁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ଆରମ୍ଭ ହୋଇଛି । ଗତ ୫ ଦିନ ତଳେ ପ୍ରଶାସନ ପକ୍ଷରୁ କୁମ୍ଭାରସାହି ଛକ ଠାରୁ ତହସିଲରୋଡ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଥିବା ବେଳେ ଏହାକୁ ନେଇ ବ୍ୟବସାୟୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ପୋଖରୀ ପାଶ୍ୱର୍ରେ ବହୁ ସ୍ଥାନ ଖାଲି ପଡିଥିବା ବେଳେ ଦକ୍ଷିଣ ପାଶ୍ୱର୍କୁ ପ୍ରଶାସନ ଜାଣିଶୁଣି ଉଚ୍ଛେଦ କରୁଛି । ଏଥିସହ ଉଚ୍ଛେଦ କାର୍ଯ୍ୟ ପୂର୍ବରୁ ବ୍ୟବସାୟୀ ମାନଙ୍କୁ କୌଣସି ନୋଟିସ କିମ୍ବା ସମୟ ଦିଆଯାଇନଥିବା ବ୍ୟବସାୟୀ ମାନେ ଅଭିଯୋଗ କରିଛନ୍ତି । ତେବେ ଦୁର୍ଘଟଣାକୁ ରୋକିବା ନେଇ ପ୍ରଶାସନ ପୋଖରୀ ପାଶ୍ୱର୍ ରାସ୍ତାକୁ ସରଳୀକରଣ ନକଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ