ପୁରୁଣା ବାଲେଶ୍ୱରରେ ଅନୁଷ୍ଠିତ ହେଲା ବିଜେପିର ବିଶାଳ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାତନ ତାରିଖ ପାଖେଇ ଆସୁଥିବା ବେଳେ ସଦର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଂଚଳରେ ଭାରତୀୟ ଜନତା ପାର୍ଟିର ନିର୍ବାଚନ ପ୍ରଚାର ଅଭିଯାନ ତ୍ୱରାନ୍ୱିତ ହୋଇଛି । ଏହି କ୍ରମରେ ପୁରୁଣା ବାଲେଶ୍ୱର ଠାରେ ଦଳ ଏକ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଦର ବିଧାୟକ ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କ ଉପସ୍ଥିତିରେ ଅନ୍ୟାନ୍ୟ ଦଳର ସଂଖ୍ୟାଧିକ ନେତା ଓ କର୍ମୀ ବିଜେପିରେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସଂକଳ୍ପ ଓ ଗରିବ କଲ୍ୟାଣ ଯୋଜନାରେ ଅନୁପ୍ରାଣିତ ହେବା ସହିତ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଓ ବିଧାୟକ ପ୍ରାର୍ଥୀ ଶ୍ରୀ ଦତ୍ତଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ସେମାନେ ବିଜେପିରେ ସାମିଲ ହୋଇଥିବା ନବାଗତ କର୍ମୀମାନେ କହିଥିଲେ । ବିଧାୟକ ପ୍ରାର୍ଥୀ ଶ୍ରୀ ଦତ୍ତ ସମସ୍ତ ନବାଗତଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ୱାଗତ କରିଥିଲେ । ପରେ ଶ୍ରୀ ଦତ୍ତ ଉଦ୍ବୋଧନ ଦେଇ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ଆଧାରରେ ବିକଶିତ ବାଲେଶ୍ୱରର ସଂକଳ୍ପ ଆମ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ବାଲେଶ୍ୱରରେ ବିଜେପିର ପରିଚୟ ବାବା ବାଣେଶ୍ୱରଙ୍କ ପୁରୁଣା ବାଲେଶ୍ୱର । ବିଗତ ନିର୍ବାଚନରେ ବିଜେପିର ବିଜୟ ଗାଥାରେ ପୁରୁଣା ବାଲେଶ୍ୱରର ନାମ ଯେପରି ଅପରାଜେୟ ଭାବେ ରହିଛି ଚଳିତ ନିର୍ବାଚନରେ ମଧ୍ୟ ଜନସାଧାରଣ ନିଜର ବିଜୟ ସୂଚକ ଆର୍ଶୀବାଦ ପ୍ରଦାନ ମାଧ୍ୟମରେ ପଦ୍ମ ଫୁଟାଇବେ ବୋଲି ଶ୍ରୀ ଦତ୍ତ ଆଶା ପ୍ରକାଶ କରିଥିଲେ । ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଦୁଇଟି ପଦ୍ମ ଚିହ୍ନରେ ଭୋଟ ଦେଇ ଡବଲ ଇଞ୍ଜିନ ସରକାର ମାଧ୍ୟମରେ ଦୁଇ ଗୁଣା ବିକାଶର ନୂତନ ଇତିହାସ ସୃଷ୍ଟି ପାଇଁ ଶ୍ରୀ ଦତ୍ତ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ସ୍ଥାନୀୟ କାନନସିଲର ସସ୍ମିତା ନାଥ, ଦିଲ୍ଲୀପ ମାଝୀ, ଦିଲ୍ଲୀପ ତରେଇ, ମନ୍ମଥ ପାତ୍ର, କାର୍ତ୍ତିକ ନାଥ, ବିଶ୍ୱନାଥ ନାୟକ, ସୁକାନ୍ତ ଖଟୁଆ, ରାମଚନ୍ଦ୍ର ମାଝୀ, ପ୍ରତାପ ପ୍ରଧାନ ପ୍ରମୁଖ ଏହି କର୍ମୀ ସମ୍ମିଳନୀରେ ଉପସ୍ଥିତ ଥିଲେ ।


