ପୁରୁଷଙ୍କ ତୁଳନାରେ ଭାରତରେ ମହିଳାଙ୍କ ବେତନ୧୯% କମ୍

ନୂଆଦିଲ୍ଲୀ, (ଏଜେନ୍ସି): ଦେଶରେ ମହିଳା ଓ ପୁରୁଷଙ୍କ ମଧ୍ୟରେ ବେତନ ମାମଲାରେ ପାର୍ଥକ୍ୟ ଏବେବି ବଳବତ୍ତର ରହିଛି । ନିକଟରେ କରାଯାଇଥିବା ଏକ ସର୍ଭେ ଅନୁସାରେ ଦେଶରେ ମହିଳାଙ୍କୁ ପୁରଷଙ୍କ ତୁଳନାରେ ୧୯% କମ୍ ବେତନ ମିଳିଥାଏ । ଲାଟେଷ୍ଟ ମନ୍ଷ୍ଟର ସାଲେରି ଇଣ୍ଡେକ୍ସ (ଏମ୍ଏସ୍ଆଇ) ତୁଳନାରେ ଦେଶରେ ମହଜୁଦ୍ ଲିଙ୍ଗଗତ ପେମେଣ୍ଟ ଗ୍ୟାପ୍ ତଥା ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ୧୯% କମ ବେତନ ମିଳିଥାଏ । ଅର୍ଥାତ୍ ପୁରୁଷ ମହିଳାଙ୍କ ତୁଳନାରେ ଘଣ୍ଟା ପିଛା ୪୬ଟଙ୍କା ୧୯ ପଇସା ଅଧିକ ପାଇଥାନ୍ତି । ୨୦୧୮ରେ ଦେଶରେ ପୁରୁଷଙ୍କ ଆନୁମାନିକ ବେତନ ଘଣ୍ଟା ପିଛା ୨୪୨.୪୯ଟଙ୍କା ଥିବା ବେଳେ ମହିଳାଙ୍କୁ କେବଳ ୧୯୬.୩ଟଙ୍କା ହିଁ ମିଳିଛି । ସର୍ଭେ ଅନୁସାରେ କେତେକ ଗୁରୁତ୍ତ୍ୱପୂର୍ଣ୍ଣ ଇଣ୍ଡଷ୍ଟ୍ରୀରେ ବେତନ ମାମଲାରେ ଏହି ପାର୍ଥକ୍ୟ ଅନେକାଂଶରେ ଅଧିକ । ଆଇଟି/ଆଇଟିଇଏସ୍ ସର୍ଭିସ୍ରେ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ୨୬% କମ୍ ବେତନ ମିଳୁଥିବା ବେଳେ ମାନ୍ୟୁଫାକ୍ଚରିଂ ସେକ୍ଟରରେ ମହିଳାଙ୍କୁ ୨୪%କମ ବେତନ ମିଳୁଛି । ସର୍ଭେ ଅନୁସାରେ ସ୍ୱାସ୍ଥ୍ୟ, କେୟାରିଂ ସର୍ଭିସେସ୍ ଓ ସାମାଜିକ ସେବା ପରି କ୍ଷେତ୍ରରେ ମଧ୍ୟ ପୁରୁଷ, ମହିଳାଙ୍କ ଠାରୁ ୨୧% ଅଧିକ ବେତନ ପାଉଛନ୍ତି । ପ୍ରକାଶ ଯେ ଏହି ସେକ୍ଟରରେ ସାଧାରଣତଃ ମହିଳାଙ୍କ ପତିଆରା ଅଧିକ ଥିବା ଅନୁମାନ କରାଯାଏ । ସର୍ଭେ ଅନୁସାରେ ବ୍ୟାଙ୍କିଂ ଓ ଇନ୍ସ୍ୟୁରାନ୍ସ ପରି ଆର୍ଥିକ ସେବା କ୍ଷେତ୍ରରେ ପୁରୁଷ ମହିଳାଙ୍କ ତୁଳନାରେ କେବଳ ୨% ଅଧିକ ଆୟ କରୁଛନ୍ତି । ବେତନରେ ଭେଦଭାବର ଏହି ପାର୍ଥକ୍ୟ ୧୦ ବର୍ଷର ଅନୁଭବ ସହିତ ସର୍ବାଧିକ ।୧୦ବର୍ଷର ଅନୁଭବକାରୀ ପୁରୁଷ, ମହିଳାଙ୍କ ତୁଳନାରେ ୧୫% ଅଧିକ ରୋଜଗାର କରୁଛନ୍ତି । ୨୦୧୭ରେ ମହିଳା ଓ ପୁରୁଷଙ୍କ ବେତନରେ ଏହି ପାର୍ଥକ୍ୟ ୨୦% ଥିବା ବେଳେ ଏଥିରେ ୧% ହ୍ରାସ୍ ହୋଇଥିଲା ସୂଚନାନୁସାରେ ଏମ୍ଏସ୍ଆଇ ଏକ ପଦକ୍ଷେପ ଯାହାକୁ ମନଷ୍ଟର ଇଣ୍ଡିଆ କ୍ଟ୍ରବଚ୍ଚମଷରମଳ.ସଦ୍ଭ ଓ ଆଇଆଇଏମ୍-ଅହମଦାବାଦ୍ (ରିସର୍ଚ ପାର୍ଟନର) ସହିତ ମିଳିତ ଭାବେ ପରିଚାଳନା କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ